Masthead

ଯାଜପୁର ଜିଲ୍ଲାପାଳଙ୍କ ଅଚାନକ ବରୀ ଗସ୍ତ

ବରୀ, (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଆଜି ଅଚାନକ ବରୀ ଗସ୍ତରେ ଆସିଛନ୍ତି। ସେ ପ୍ରଥମେ ବ୍ଲକ୍ କାର୍ୟ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିଥିଲେ। ବନ୍ୟା ପରେ ପ୍ରଭାବିତ ଲୋକଙ୍କ ସମସ୍ୟା ସମାଧାନ ପ୍ରତି ସେ ଗୁରୁତ୍ୱ ଦେଇଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ଜିଲ୍ଲାପାଳ ରାଠୋର ବରୀରେ ପହଞ୍ଚି ଅଞ୍ଚଳବାସୀ ବନ୍ୟାପରେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ଦିଗରେ ବ୍ଲକ ପ୍ରଶାସନ ଅଧିକାରୀମାନେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ କାର୍ୟ୍ୟାଳୟ ପରିସରରେ ଥିବା ସଭାଗୃହରେ ଆୟୋଜିତ ବୈଠକରେ ବରୀ ବିଡିଓ, ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ମହାନ୍ତିଙ୍କ ସମେତ ବ୍ଲକର ଅନ୍ୟ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

ବନ୍ୟାରେ ଧୋଇଯାଇଥିବା ରାସ୍ତାଗୁଡ଼ିକୁ ତୁରନ୍ତ ମରାମତି କରାଯିବା, ଶିକ୍ଷାନୁଷ୍ଠାନଗୁଡ଼ିକର ବିଶୋଧନ, ଶାରଦୀୟ ଦୁର୍ଗାପୂଜା ସମୟରେ ସରକାରଙ୍କ କୋଭିଡ୍ ନିୟମ ପାଳନ କରିବା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଓ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନଜର ରଖିବାକୁ ଗୁରୁତ୍ୱାରୋପ କରିଥିଲେ। ବ୍ଲକ ଅଧ୍ୟକ୍ଷା ସୁବସିନୀ ଶର୍ମା ଜିଲ୍ଲାପାଳଙ୍କୁ ଭେଟି ବିକାଶ କାର୍ୟ୍ୟ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଦେଇଥିଲେ। ପରେ ଜିଲ୍ଲାପାଳ ବରୀ ତହସିଲ କାର୍ୟ୍ୟାଳୟରେ ପହଞ୍ଚି ତହସିଲଦାର ସରୋଜକାନ୍ତ ନାୟକ, ଅତିରିକ୍ତ ତହସିଲଦାର ଭାନୁମତି ମାଝୀ, ବରିଷ୍ଠ କିରାଣି ଦେବେନ୍ଦ୍ର କରଙ୍କ ସହ ଆଲୋଚନା କରି ବନ୍ୟାରେ ପ୍ରଭାବିତ ଲୋକଙ୍କୁ ଯଥା ଶୀଘ୍ର ପାଲ ବଣ୍ଟନ ପ୍ରକ୍ରିୟା ଶେଷ କରିବା ସହ ଘର ଭାଙ୍ଗି ଯାଇଥିବା ଲୋକଙ୍କୁ ସହାୟତା ରାଶି ପ୍ରଦାନ ଦିଗରେ ଗୁରୁତ୍ତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ