ବାଙ୍ଗାଲୋରଠାରୁ ପ୍ରତିଶୋଧ ନେଇପାରିବ କି କୋଲକାତା

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଇପିଏଲ ତ୍ରୟୋଦଶ ସିଜନର ୩୯ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ। ବିରାଟ କୋହଲିଙ୍କୁ ଟକ୍କର ଦେବେ ଇଓନ୍ ମୋର୍ଗାନ। ଉଭୟ ଦଳ ଆଜି ସେମାନଙ୍କ ଦଶମ ମ୍ୟାଚ ଆବୁଧାବିରେ ଖେଳିବେ। କେକେଆର୍ ୯ଟି ମ୍ୟାଚରୁ ୫ଟି ବିଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ସେହିପରି ବାଙ୍ଗାଲୋର ୯ଟି ମ୍ୟାଚରୁ ୬ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଦୁଇ ଦଳ ସେମାନଙ୍କ ପୂର୍ବ ମ୍ୟାଚ ଜିତିଛନ୍ତ।

ଆଇପିଏଲ ଇତିହାସରେ ଦୁଇ ଦଳ ୨୫ଥର ମୁହାଁମୁହିଁ ହୋଇଛନ୍ତି। କୋଲକାତା ୧୪ଥର ବାଜି ମାରିଥିବା ବେଳେ ବାଙ୍ଗାଲୋର ୧୧ ମ୍ୟାଚ୍ ଜିତିଛି। ଚଳିତ ସିଜନରେ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ବାଙ୍ଗାଲୋରଠାରୁ ଶେଚନୀୟ ଭାବେ ପରାଜିତ ହୋଇଥିଲା। ଆଜିର ମ୍ୟାଚ୍ ଜିତି କୋଲକାତା ଗତ ପରାଜୟର ପ୍ରତିଶୋଧ ନେବା ସହ ପଏଣ୍ଟ ଟେବୁଲରେ ନିଜର ସ୍ଥାନକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବ। ଅପରପକ୍ଷରେ ବାଙ୍ଗାଲୋର ଏହି ମ୍ୟାଚ ଜିତି ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବାକୁ ଆଉ ଏକ ପାଦ ଆଗକୁ ବଢ଼ାଇବ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ