Masthead

ଯାଜପୁରରେ ଭୁଶୁଡ଼ୁଛି ବିଜେଡି ଗଡ଼

ବରୀ (ବଡ଼ ଖବର ବ୍ୟୁରୋ): ଯାଜପୁରରେ ଭୁଶୁଡ଼ୁଛି ବିଜେଡି ଗଡ଼ । ବିଜେଡି ହାରିବା ପରେ ଦଳ ଛାଡ଼ୁଛନ୍ତି କର୍ମୀ । ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଏବେ ବିଜେଡିର ଗଡ ଭୁଶୁଡିବା ଆରମ୍ଭ ହୋଇଛି। ଏକଦା ଉପକୂଳ ବର୍ତ୍ତି ଜିଲ୍ଲା ମଧ୍ୟରୁ ଯାଜପୁରରେ ବିଜେଡିର ଗଡ ସୁଦୃଢ ଥିବା ବେଳେ ସରକାର ଯିବା ପରେ ବିଜେଡିର କର୍ମୀମାନେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସୋମବାର ଏରବାଙ୍କ ସ୍ଥିତ ରଘୁନାଥପୁର ଖେଳ ପଡିଆଠାରେ ବରୀ ବିଜେପି ନେତା ଉମେଶ ଜେନାଙ୍କ ନେତୃତ୍ୱରେ ଏକ ମହା ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି।

ବିଜେପି ର ପୂର୍ବତନ ଜିଲାସଭାପତି ଆଶୁତୋଷ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପସଭାପତି ଗୋଲକ ନାୟକ ଯୋଗଦେଇ ପୂର୍ବ ସରକାର ଉପରେ ପ୍ରବଳ ବର୍ଷିଥିଲେ। ସମ୍ମାନିତ ଅତିଥି ଭାବେ ଯାଜପୁର ସାଂସଦ ରବିନାରାୟଣ ବେହେରା, ଜିଲ୍ଲା ସଭାପତି ଗୌତମ ରାୟ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବବିତା ମଲ୍ଲିକ, ସୁରଜ୍ ଲାଲ୍ ସାମଲ, ସୁନନ୍ଦା ଦାସ ପ୍ରମୁଖ ଯୋଗଦେଇ ବିଜେଡିକୁ ଟାର୍ଗେଟ କରିଥିଲେ।

ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ପୂର୍ବତନ ସରପଞ୍ଚ ସମିତି ସଭ୍ୟ, ଓ ଶତାଧିକ କର୍ମୀମାନଙ୍କୁ ବିଜେପିର ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ଯାଜପୁରର ବିଜେଡି ନେତା ବବି ଦାସଙ୍କ ଏକତା ଅନୁଗତ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଅନୀଲ କୁମାର ସାହାଣୀ, ବରିଷ୍ଠ ବିଜେଡି ନେତା ପ୍ରତାପ ମହାନ୍ତି, ବାବୁଲି ସାହୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ବେଳେ ଯାଜପୁର ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ମିଶ୍ରଣ ପର୍ବରେ ଶତାଧିକ ବିଜେପିର ଆଗ ଧାଡ଼ିର କର୍ମୀ ଯୋଗଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ