Masthead

ନେଇଗଲେ ଚନ୍ଦ୍ର-ସୂର୍ଯ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୀର୍ଘ ୨୬ ବର୍ଷ ପରେ ଆସିଥିଲା ଅପୂର୍ବ ତିଥି । ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଅପୂର୍ବ ବେଶରେ ଦର୍ଶନ କରିବା ପାଇଁ ଭକ୍ତମାନେ ଚାହିଁ ରହିଥିଲେ । କିନ୍ତୁ କରୋନା କଟକଣା ସବୁ ବିଗାଡ଼ିଦେଲା । ଭକ୍ତଙ୍କୁ ବାରଣ କରାଗଲା ଶ୍ରୀମନ୍ଦିର । ମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି ହେଲା । ଭକ୍ତର ଆଶା ଆଶାରେ ରହିଗଲା । ପଞ୍ଚୁକ ୬ ଦିନରେ ଶ୍ରୀଜୀଉମାନେ ନାଗାର୍ଜ୍ଜୁନ ବେଶରେ ସଜ୍ଜିତ ହୋଇଥାନ୍ତି । ଏ ବର୍ଷ ମଧ୍ୟ ମହାପ୍ରଭୁ ସଜ୍ଜିତ ହୋଇଥିଲେ ବୀର ବେଶରେ । ଶ୍ରୀମନ୍ଦିର  ପ୍ରଶାସନର ପୂର୍ବ ନିଷ୍ପତି ଅନୁଯାୟୀ ବେଶ ସରିଲେ ସିଂଘାରୀ ସେବକମାନେ ଠାକୁରଙ୍କ ସମସ୍ତ ଆଭୁଷଣ ନେଇଯାନ୍ତି । କିନ୍ତୁ ଚଳିତ ବର୍ଷ ଭକ୍ତ ଠାକୁରଙ୍କ ବୀର ବେଶ ଦର୍ଶନ କରି ନଥିବାରୁ ସମସ୍ତ ସଂରଞ୍ଜାମ ଶ୍ରୀମନ୍ଦିର ସଂଗ୍ରହାଳୟରେ ସାଇତି ରଖିବା ପାଇଁ ବ୍ୟବସ୍ଥା ହୋଇଥିଲା । ବେଶ ଓହ୍ଲାଯାଇ ଶ୍ରୀମନ୍ଦିର ଗାରଦରେ ରଖାଯାଇଥିଲା । ଆଜି ସକାଳେ ଜଣେ କେହି ମହାପ୍ରଭୁଙ୍କ ଲାଗି ହୋଇଥିବା ଚନ୍ଦ୍ର-ସୂର୍ଯ୍ୟ ଧରି ଯାଉଥିବାର ଦେଖିବାକୁ ମିଳିଥିଲା । ଯଦି ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ସତ ହୁଏ, ତାହାଲେ ସାଂଘାତିକ ନିଶ୍ଚୟ । ଅଭିଯୁକ୍ତଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‘ବଡ଼ ଖବର’ ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ