Masthead

ଝାଡେଶ୍ୱରଙ୍କ ଭାଗ୍ୟରେ ଏଯାଏଁ ଜୁଟୁ ନାହିଁ ସରକାରୀ ପକ୍କାଘର

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ଭଲ କରି ନଜର ପକାନ୍ତୁ ଏ ଦୃଶ୍ୟକୁ । ପକ୍କା ପିଲର ଜାଗାରେ ଚାରି ଖଣ୍ଡ ବାଉଁଶ ଖୁଣ୍ଟ । ବାଉଁଶ ଉପରେ କୁଟା ଆଉ ପଲିଥିନ ଟଣା କୁଡିଆ । ଛାତ ଛାଡ଼ନ୍ତୁ ଏମାନଙ୍କ ଭାଗ୍ୟରେ ଭଲ ଚାଳ ଘର ଖଣ୍ଡିଏ ନାହିଁ । ୨୦ ବର୍ଷ ହେବ ପଲିଥିନ ଟଣା ଘରେ ବିତୁଛି ଜୀବନ । ଆବାସ ଯୋଜନା ଏଠି ସାତ ସପନ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନାଫାରାଇ ଗାଁର ଝାଡ଼େଶ୍ୱର ବେହେରା । ତିନି ପ୍ରାଣୀର କୁଟୁମ୍ବ ।

ଏ ପରିବାର ଭାଗ୍ୟରେ ଏଯାଏଁ ଜୁଟୁ ନାହିଁ ସରକାରୀ ପକ୍କାଘର । ଦିନରେ ଖରା ରାତିରେ ତାରା ଦେଖନ୍ତି ଏହି ପରିବାର । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ଗୁହାରି କଲେ ବି କେହି ଶୁଣୁ ନହାନ୍ତି ବୋଲି କହିଛନ୍ତି ଝାଡେଶ୍ୱର । ନିର୍ବାଚନ ଆସିଲେ ଲୋକପ୍ରତିନିଧି ବଦଳନ୍ତି କିନ୍ତୁ ବଦଳେନି ଝାଡେଶ୍ୱରଙ୍କ ଭାଗ୍ୟ । ଭୋଟ ଆସିଲେ ଘର ପାଇଁ ମିଳେ ପ୍ରତିଶୃତି । ନିର୍ବାଚନ ସରିଲେ ସବୁ ଫସର ଫାଟିଯାଏ ।

ଝାଡେଶ୍ୱରଙ୍କ ଅବସ୍ଥା କହିଲେ ନସରେ । ଭଲ କରି ନା ଶୁଣି ପାରନ୍ତି ନା ଠିକ ସେ କଥା କହି ପାରନ୍ତି । ମୂଲ ମଜୁରୀ କଲେ ପରିବାର ପେଟକୁ ଦାନା ଯାଏ । ସ୍ତ୍ରୀ ମଧ୍ୟ ରୋଗାଗ୍ରସ୍ତ । ଆଉ ଏଭଳି ପରିସ୍ଥିତିରେ ପକ୍କାଘର ତିଆରି କରିବା ସମ୍ଭବପର ନୁହେଁ । ସେପଟେ ଭୋଗରାଇ ବିଡିଓ କହିଛନ୍ତି ଘଟଣାର ପ୍ରକୃତ ତଦନ୍ତ କରାଯାଇ ଯଦି ଝାଡେଶ୍ୱର ଯୋଗ୍ୟ ହିତାଧିକାରୀ ହୋଇଥିବେ ତାଙ୍କୁ ନିଶ୍ଚିତ ସହଯୋଗ କରାଯିବ । ସରକାରଙ୍କ ଗରିବଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । କିନ୍ତୁ ବାସ୍ତବରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ । ଯଦି ସରକାର ଝାଡ଼େଶ୍ୱରଙ୍କ ପାଇଁ ସରକାର ପକ୍କାଘର ଖଣ୍ଡିଏ କରନ୍ତେ ତେବେ ଭଲରେ ଚଳିବା ସହ ପରିବାର ମୁହଁରେ ହସ ଫୁଟାଇ ପାରନ୍ତେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ