Masthead

କୃଷକ ସାଥୀଙ୍କୁ ପଞ୍ଚାୟତ ଅଫିସ ଭିତରେ ପୁରାଇ ନିସ୍ତୁକ ମାଡ଼

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): କୃଷକ ସାଥୀକୁ ପଞ୍ଚାୟତ ଅଫିସ ଭିତରେ ପୁରାଇ ନିସ୍ତୁକ ପିଟିଲେ ସରପଞ୍ଚଙ୍କ ସ୍ୱାମୀ । ଏଭଳି ଅଭିଯୋଗ ନେଇ ଭୋଗରାଇ ଚନ୍ଦନେଶ୍ବର ଫାଣ୍ଡିରେ ପହଁଚିଲେ କୃଷକ ସାଥୀ ଦୀପକ ଭଞ୍ଜ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତର କୃଷକ ସାଥୀ ଭାବେ କାର୍ଯ୍ୟ କରନ୍ତି ଦୀପକ ଭଞ୍ଜ । ସୋମବାର ରାତି ୮ ଟାରେ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଚନ୍ଦନ ପାତ୍ର ଓରଫ ଟିଙ୍କୁ ପଂଚାୟତ ଅଫିସକୁ ଡକାଇ ଥିଲେ ।

ସେ ଆସିବା ପରେ ଏକ ରୁମକୁ ଡାକି ବାହାର ପଟୁ କବାଟ ବନ୍ଦ କରିବାକୁ ଅନ୍ୟ ଜଣେ ଯୁବକଙ୍କୁ କହିଥିଲେ। ପରେ ପଞ୍ଚାୟତର କୃଷକ ସାଥୀର କାର୍ଯ୍ୟକୁ ନେଇ ୟାଡୁ ସିଆଡୁ ପ୍ରଶ୍ନ ପଚାରି କିଛି ଆଇନ ବିରୋଧୀ କାର୍ଯ୍ୟ କରିବା ପାଇଁ ତାଙ୍କୁ ଚାପ ପକାଇଥିଲେ । ଏଥିରେ ସେ ନାରାଜ ହେବାରୁ ତାଙ୍କୁ ଏକ ପ୍ଲାଷ୍ଟିକ ପାଇପରେ ନିସ୍ତୁକ ପିଟିଥିଲେ । ପରବର୍ତ୍ତୀ ସମୟରେ କୃଷକ ସାଥୀ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇ ରାତିରେ ଚନ୍ଦନେଶ୍ବର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଏ ଘଟଣାକୁ ନେଇ ଚନ୍ଦନେଶ୍ବର ଫାଣ୍ଡି ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛି । ତେବେ ଏ ଘଟଣାକୁ ନେଇ ସରପଞ୍ଚଙ୍କ ପ୍ରତିନିଧି ଚନ୍ଦନ ପାତ୍ର କହିଛନ୍ତି ଯେ ସମ୍ପୃକ କୃଷକ ସାଥୀ ବିଭିନ୍ନ କାର୍ଯ୍ୟରେ ଲାଞ୍ଚ ନେଉଥିବା ବେଳେ ମୁଁ ତାଙ୍କୁ ପଞ୍ଚାୟତ ଅଫିସକୁ ଡାକି ପଚରା ଉଚରା କରିଥିଲି । କିନ୍ତୁ ତାଙ୍କ ଅଭିଯୋଗ ଭଳି କୌଣସି ଘଟଣା ପଞ୍ଚାୟତ କାର୍ଯ୍ୟାଳୟରେ ଘଟି ନାହିଁ । ଏହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ