ଜମ୍ମୁ-ଶ୍ରୀନଗର ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଆଖିବୁଜିଲେ ୧୦ଯାତ୍ରୀ

ଜମ୍ମୁ-କଶ୍ମୀର(ବଡ଼ ଖବର ବ୍ୟୁରୋ): ଜମ୍ମୁ-କଶ୍ମୀରରେ ସଡ଼କ ଦୁର୍ଘଟଣା । ଖାଇକୁ ଟ୍ୟାକ୍ସି ଖସିବା ଫଳରେ ଚାଲିଗଲା ୧୦ ଜଣଙ୍କ ଜୀବନ । ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଘଟିଛି ଏଭଳି ଦୁର୍ଘଟଣାର । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ୧୦ ଜଣ ଯାତ୍ରୀ ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ଯାଉଥିଲେ।

ଏହି ସମୟରେ ରାମବନର ବ୍ୟାଟେରୀ ଚାଶମା ନିକଟରେ ଟ୍ୟାକ୍ସିଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା। ଖବର ପାଇ ସ୍ଥାନୀୟ ପୁଲିସ୍, ରାଜ୍ୟ ବିପର୍ୟ୍ୟୟ ମୁକାବିଲା ଫୋର୍ସ ଏବଂ ରାମବନର ସିଭିଲ୍ କୁଇକ୍ ରେସପନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ମୃତକଙ୍କ ପରିବାରକୁ ୫୦ ହଜାର ଓ ଆହତଙ୍କୁ ୧୦ହଜାର ଟଙ୍କାର ସହାୟତା ଘୋଷଣା କରିଛି କିସ୍ତୱାଡ ଜିଲ୍ଲା ପ୍ରଶାସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ