Masthead

ଜନଶତାବ୍ଦୀରେ ନିଆଁ

ସୋର (ବଡ଼ ଖବର ବ୍ୟୁରୋ): ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ । ଭୟଭୀତ ଯାତ୍ରୀ । ସୂଚନା ଅନୁସାରେ ଭୁବନେଶ୍ୱରରୁ ହାୱଡ଼ା ଅଭିମୁଖେ ଯାଉଥିବା ଜନ ଶତାବ୍ଦୀ ଏକ୍ସପ୍ରେସର ଏକ ବଗିରେ ଥିବା ପାଇଖାନାରେ କେହି ଅଜଣା ଯାତ୍ରୀ ସିଗାରେଟ ଟାଣି ପାଇଖାନାରେ ଥିବା ଡଷ୍ଟବିନକୁ ଫିଙ୍ଗିଦେଇଥିଲେ । ଟ୍ରେନ ଦ୍ରୁତ ଗତିରେ ଚାଲୁଥିବାରୁ ପବନରେ ତାହା ଜଳି ଧୂଆଁ ବାହାରି ସମ୍ପୂର୍ଣ୍ଣ ବଗିରେ ଖେଳି ଯାଇଥିଲା । ଯାତ୍ରୀମାନେ ଭୟଭୀତ ହୋଇ ଜିଆରପିଙ୍କୁ ଖବର ଦେଇଥିଲେ ।

ଖବର ପାଇ ମାର୍କୋଣା ରେଳ କର୍ମଚାରୀମାନେ ସୋର ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲୋ ମାର୍କୋଣାରୁ ଜନ ଶତାବ୍ଦୀ ଟ୍ରେନର ବେଗ କମାଇ ସୋର ଷ୍ଟେସନ ପର୍ୟ୍ୟନ୍ତ ଅଣାଯାଇଥଲା । ଫଳରେ ଭୟଭୀତ ଅବସ୍ଥାରେ ଥିବା ଯାତ୍ରୀମାନେ ସୋର ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ । ଷ୍ଟେସନରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପରେ କୋଡିଏ ମିନିଟ ବିଳମ୍ବରେ ସୋର ଷ୍ଟେସନରୁ ଟ୍ରେନ ଛାଡିଥିଲା । ଯାତ୍ରୀମାନେ ସୁରକ୍ଷିତ ଭାବରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ