Masthead

ପ୍ରଧାନମନ୍ତ୍ରୀଙ୍କୁ ଜୟରାମ ରମେଶଙ୍କ ଟାର୍ଗେଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ଜୟରାମ ରମେଶ । ‘ନରେନ୍ଦ୍ର ମୋଦି ଷ୍ଟାଡିୟମ’ର ନାମକୁ ନେଇ ମୋଦିଙ୍କ ଉପରେ ବର୍ଷିଛନ୍ତି ଜୟରାମ । ସେ ମୋଦିଙ୍କୁ ଟାର୍ଗେଟ କରି ତାଙ୍କ ସମୟର ଏକ ଛତ୍ରବାଦୀ ଶାସକଙ୍କର ଏକ ତାଲିକା ଟୁଇଟରରେ ଶେୟାର କରିଛନ୍ତି । ଯାହାର ଶେଷରେ ପ୍ରଧାନମନ୍ତ୍ରୀଙ୍କ ନାମ ବି ରହିଛି । ଜୟରାମ ରମେଶ କହିଛନ୍ତି ଏଚଆରଏଚସିକୁ ନିଜ ଛବିରେ ନିଜକୁ ସମ୍ମାନିତ କରିବା ଦେଖି ଏହିସବୁ ନେତାମାନଙ୍କ ତାଲିକା ମନେ ପଡେ, ଯେଉଁମାନେ ନିଜ ଜୀବନକାଳ ମଧ୍ୟରେ ଷ୍ଟାଡିୟମର ନାମକରଣ ନିଜ ନାମରେ କରିଥିଲେ । ଜୟରାମ ରମେଶ ଟୁଇଟରରେ ୮ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି । ସବୁଠୁ ଶେଷରେ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ।

ସର୍ବପ୍ରଥମେ ଏହି ତାଲିକାର ଏକ ନମ୍ବରରେ ରହିଛି ଜୋସେଫ ଷ୍ଟାଲିନଙ୍କ ନାମ, ଏହାପରେ ହିଟଲର, ବେନିଟୋ ମୁସୋଲିନି, କିମ ଇଲ ସୁଙ୍ଗ, ମୁଅମ୍ମର ଗଦ୍ଦାଫି, ସଦ୍ଦାମ ହୁସେନ, ରେସେପ ତୈୟପ ଏର୍ଦ୍ଦେଗନ ଓ ନରେନ୍ଦ୍ର ମୋଦି । ଜୟରାମ ରମେଶ ଗୋଟିଏ ପଟେ ଏସବୁ ନେତାଙ୍କ ସହ ମୋଦିଙ୍କୁ ତୁଳନା କରିଛନ୍ତି । ସେପଟେ ଜୟରାମ ରମେଶଙ୍କ ଏହି ଟୁଇଟ ଉପରେ ଭାଜପା ନେତା ତେଜିନ୍ଦର ସିଂ ସରନ ଜବାବ ଦେଇଛନ୍ତି । ସେ ଲେଖିଛନ୍ତି, ନେହେରୁ ରାଜବଂଶର ପ୍ରଧାନମନ୍ତ୍ରୀ ଆମକୁ ସେହି ନେତାଙ୍କ ତାଲିକାକୁ ମନେପକାଇ ଦେଉଛି, ଯେଉଁମାନେ ସେମାନଙ୍କ ଜୀବନକାଳ ମଧ୍ୟରେ ନିଜ ନାମରେ ଷ୍ଟାଡିୟମ/ପୁରସ୍କାର ରଖିଥିଲେ । ସେ ଆଗକୁ ୯ଟି ନାମ ଲେଖିଥିଲେ । ଯେଉଁଥିରେ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ସାମିଲ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ