Masthead

ସିବିଆଇରେ ହାଜର ହେଲେନି ତେଜସ୍ୱୀ ଯାଦବ

ପାଟନା (ବଡ଼ ଖବର ବ୍ୟୁରୋ): ସିବିଆଇରେ ହାଜର ହେଲେନି ତେଜସ୍ୱୀ ଯାଦବ । ଜମି ବଦଳରେ ଚାକିରି ଜାଲିଆତି ମାମଲାରେ ପଚରାଉଚରା ପାଇଁ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସିବିଆଇ ଆଜି ସମନ କରିଥିଲା। ତେଜସ୍ୱୀ ଆଜି ସିବିଆଇରେ ହାଜର ହେବା କଥା। ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ୱୀଙ୍କୁ ମାର୍ଚ୍ଚ ୪ରେ ସିବିଆଇ ଡକାଇଥିଲା କିନ୍ତୁ ସେ ଯାଞ୍ଚ ଏଜେନ୍ସିରେ ହାଜର ହୋଇନଥିଲେ। ତାଙ୍କ ବିରୋଧରେ ପ୍ରମାଣ ଏବଂ କାଗଜପତ୍ରକୁ ଆଧାର କରି ସିବିଆଇ ଦ୍ୱିତୀୟ ଥର ପାଇଁ ଆରଜେଡି ନେତା ତେଜସ୍ୱୀଙ୍କୁ ଡକାଇଥିଲା।

କିନ୍ତୁ ଆଜିର ନୋଟିସ୍‌ରେ ମଧ୍ୟ ସେ ହାଜର ହୋଇ ନଥିଲେ। ତେଜସ୍ୱୀଙ୍କ ପତ୍ନୀ ଗର୍ଭବତୀ ଏବଂ ସେ ମେଡିକାଲରେ ଭର୍ତ୍ତି ହୋଇଥିବାରୁ ତେଜସ୍ୱୀ ଆଜି ହାଜର ହୋଇପାରିବେ ନାହିଁ ବୋଲି ସିବିଆଇକୁ ଜଣାଇଛନ୍ତି । ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ କାରଣରୁ ତେଜସ୍ୱୀ ଯାଦବ ସିବିଆଇରେ ହାଜର ହୋଇ ନାହାନ୍ତି । ଇଡି ରେଡ୍‌ ପରେ ତେଜସ୍ୱୀଙ୍କ ପତ୍ନୀ ଗତକାଲି ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ଗର୍ଭବତୀ ଅଛନ୍ତି ଏବଂ ୧୨ ଘଣ୍ଟା ଜେରା ପରେ ତାଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଥିବାରୁ ସେ ଅଧିକ ଅସୁସ୍ଥ ହୋଇପଡିଥିବା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼