Masthead

ଝରାଫୁଲ ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତକୁ ଜେରା

ଯାଜପୁର (ବଡ଼ ଖବର ବ୍ୟୁରୋ): ଅକାଳରେ ଝରିଗଲେ ଝରାଫୁଲ । ରମାଦେବୀ ଛାତ୍ରୀ ହତ୍ୟା ରହସ୍ୟ ଏବେ ଧିରେ ଧିରେ ଖୋଲିବାରେ ଲାଗିଛି । ପୋଲିସ ଆଗରେ ଗୁମର ଖୋଲିଛି ପ୍ରେମିକ ରାକେଶ । ୨୬ତାରିଖ ରାତିରେ ରାକେଶ ଓ ଝରାଫୁଲ ହୋଟେଲରେ ବିତାଇଥିଲେ ରାତି । ସଜ୍ଞାହୀନ ଝରାଫୁଲକୁ ରାକେଶ ଓ ତା ସାଙ୍ଗ ଶେଖର ସ୍କୁଟିରେ ନେଇଥିଲେ । ମୃତ୍ୟୁ ହୋଇଥିବା ଜାଣି କୁଆଖିଆରେ ଶବ ଫିଙ୍ଗି ଦେଇଥିବା ରାକେଶ ପୋଲିସ ଆଗରେ ବୟାନ ଦେଇଛି । ଏହି ରହସ୍ୟମୟ ହତ୍ୟା ମାମଲାର ତଦନ୍ତ କରୁଥିବା କୁଆଖିଆ ପୋଲିସ ବୁଧବାର ଠାରୁ ଦୁଇ ଜଣଙ୍କୁ ଅଟକ ରଖିଥିଲା । ଗୁରୁବାର ସଂନ୍ଧ୍ୟାରେ ପୋଲିସ ଭୁବନେଶ୍ୱରର ସୁନ୍ଦରପଦାରେ ଚଢାଉ କରି ରାକେଶ ସ୍ୱାଇଁଙ୍କୁ ଧରିଥିଲା । ପରେ ରାକେଶଙ୍କୁ ଏୟାର ଫିଲ୍ଡ ଥାନାକୁ ନିଆଯାଇଥିଲା । ରାକେଶର ସହଯୋଗୀ ଶେଖରକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ