Masthead

ନବୀନ ନିବାସ ଘେରିବେ କଳାକାର !

କଟକ, (ବଡ଼ ଖବର ବ୍ୟୁରୋ): ଆଜି କଟକ ବ୍ଲୁ ଲାଗୁନ ହୋଟେଲରେ ଓଡ଼ିଶା ମ୍ୟୁଜିକ ଆର୍ଟିଷ୍ଟ ୱେଲଫେୟାର ଆସୋସିଏସନ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଜିକୁ ପ୍ରାୟ ଆଠ, ନଅ ମାସ ହେବ କରୋନା ପରିସ୍ଥିତି ପାଇଁ ମଞ୍ଚରେ ମନୋରଞ୍ଜନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେଣୁ ମଞ୍ଚଉପରେ ନିର୍ଭରକରି ପରିବାର ପୋଷଣ କରୁଥିବା ସାରା ଓଡ଼ିଶାର ସବୁ ବର୍ଗର କଳାକାରମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏମିତି କି ଦିନକୁ ଦିମୁଠା ଖାଦ୍ୟ ପାଇଁ କିଛି କଳାକାର ବାରଦୁଆର ବୁଲିଲେଣି। ମେଲୋଡିଠୁ ଆରମ୍ଭ କରି ଭଜନ, ଯାତ୍ରା, ଥିଏଟର, ନୃତ୍ୟଶିଳ୍ପୀ, ସାଉଣ୍ଡ, ଲାଇଟ୍ ଇତ୍ୟାଦି ସମସ୍ତ କଳାକାର କେହିବି ଏଥିରୁ ବାଦ୍ ପଡ଼ିନାହାନ୍ତି। ଅନ୍ୟ ସବୁ ସଂସ୍ଥାକୁ ସରକାର ବହୁ ଆଗରୁ କଟକଣା ମୁକ୍ତ କରିଛନ୍ତି । କିନ୍ତୁ ଓଡ଼ିଶାର କଳା ସଂସ୍କୃତିକୁ ମୁଣ୍ଡରେ ମୁଣ୍ଡାଉଥିବା ନିରୀହ କଳାକାରମାନଙ୍କ ପେଟକୁ କାହିଁକି ଲାତ ମାରି ଚାଲିଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଏହି ସମ୍ମିଳନୀରେ ଅଭିଜିତ୍ ମଜୁମଦାର, ଦୈତାରୀ ପଣ୍ଡା, ଗୀତା ଦାଶ୍, ଶୈଳଭାମା, ବିଭୂକିଶୋର, ତାରିକ୍ ଅଜିଜ୍, ଗଗନ ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ଅତ୍ୟନ୍ତ କ୍ଷୋଭର ସହ ବିଶେଷ ଭାବରେ ନିର୍ବାଚନରେ ହେଉଥିବା ଲୋକ ଗହଳି ଓ ମେଲୋଡି ହେଉଥିବାରୁ ତୀବ୍ର ନିନ୍ଦା ସହ ସମାଲୋଚନା କରିଛନ୍ତି। ସରକାରଙ୍କୁ ୧୦ଦିନର ସମୟ ପ୍ରଦାନ କରାଯାଇଛି । ଏହି ୧୦ଦିନ ମଧ୍ୟରେ ଯଦି ସରକାର କିଛି ପଦକ୍ଷେପ ନ ନେଲେ କଳାକାରମାନେ ନବୀନ ନିବାସ ଘେରାଉ କରିବେ ବୋଲି “OMAWA” ତରଫରୁ ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି