Masthead

ବାପା ପାଇଥିଲେ ୯୮ ହଜାର, ଝିଅ ଟପିଗଲେ ଲକ୍ଷେ

ଝାରସୁଗୁଡ଼ା(ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ । ଦିବଂଗତ ନେତା ନବ ଦାସଙ୍କ ଝିଅ ଦୀପାଳି ଦାସ ଏହି ଆସନରେ ପ୍ରତିଦ୍ୱନ୍ଦିତା କରି ନିକଟତମ ପ୍ରତିଦ୍ୱନ୍ଦିଙ୍କୁ ବହୁ ପଛରେ ପକାଇ ବାପାଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ବିଜୟ ବ୍ୟବଧାନରୁ ଏହା ସ୍ପଷ୍ଟ ହୋଇଛି । ରାଜ୍ୟ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଉ ଥିବା ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । ଅନୁକମ୍ପା ଭୋଟ ହାତେଇବା ପାଇଁ ବିଜେଡି ନବଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରି ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି । ଦୀପାଳିଙ୍କୁ ୧ଲକ୍ଷ ୭ ହଜାର ୬୦୩ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀଙ୍କୁ ଟଙ୍କଧର ତ୍ରିପାଠୀଙ୍କୁ ୫୮୩୮୪ ମିଳିଛି ।

ସ୍ୱର୍ଗତ ନେତା ନବଙ୍କ ଝିଅ ଦୀପାଳି ୪୮,୬୧୯ ଭୋଟ ବ୍ୟବଧାନରେ ବିଜୟ ହାସଲ କରିବାରେ ସମର୍ଥ ହୋଇଛନ୍ତି । ଏହି ବ୍ୟବଧାନ କିଛି କମ୍ ନୁହେଁ । କାରଣ ଏହା କରି ଦୀପାଳି ତାଙ୍କ ବାପାଙ୍କ ଠାରୁ ବଳେଇ ଯାଇଛନ୍ତି । ୨୦୧୯ରେ ନବ ବିଜୟ ହାସଲ କରିଥିଲେ । ନବଙ୍କ ବିଜୟ ବ୍ୟବଧାନଥିଲା ୪୫,୬୯୯ ଭୋଟ । ନବ ଦାସଙ୍କୁ ସେତେବେଳେ ଲକ୍ଷେରୁ କମ୍ ଭୋଟ ମିଳିଥିଲା । ନବ ପାଇଥିଲେ ୯୮ ହଜାର ୬୨୦ ଭୋଟ । ଏଠିବି ଦୀପାଳି ନବଙ୍କୁ ପଛରେ ପକାଇ ଦେଇଛନ୍ତି । ଭୋଟ ସହ ବିଜୟ ବ୍ୟବଧାନକୁ ଦେଖିଲେ ଦୀପାଳି ନବଙ୍କୁ ଉଭୟରେ ପଛରେ ପକାଇ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା