Masthead

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବାତ୍ୟା ପ୍ରସ୍ତୁତି

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟାଶ’କୁ ନେଇ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । । ଏନେଇ ବିଡ଼ିଓ ରଶ୍ମିରେଖା ମଲ୍ଲିକ ସୁଚନା ଦେଇଛନ୍ତି । ତେବେ ସାଧାରଣ ଲୋକଙ୍କ ମନରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିଲା ବେଳେ ବ୍ଲକ ପ୍ରଶାସନ କୋଭିଡ୍ ନିୟମ ଅନୁଯାୟୀ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । ଏହାଛଡା ବ୍ଲକ ସମସ୍ତ କର୍ମଚାରୀ ଓ ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ନେଇ ବୈଠକ କରାଯାଇ ବିଭିନ୍ନ କାର୍ୟ୍ୟ ପାଇଁ ଆଲୋଚନା କରାଯାଇଛି ।

ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରିବା ସହ ବିଦ୍ୟାଳୟକୁ ନୋଡାଲ କେନ୍ଦ୍ର ଭାବେ ଚିହ୍ନଟ କରାଯାଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ବାତ୍ୟାରେ ପ୍ରଭାବିତ ସ୍ଥାନାନ୍ତରିତ କରିବା ସହ ଉଦ୍ଧାର କାର୍ୟ୍ୟ ଓ ରିଲିଫ ପ୍ରଦାନ ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଁଚିଛି । ଏହାଛଡ଼ା ପାନୀୟଜଳ, ଆଲୋକ, ପରିମଳ ଓ ସ୍ୱାସ୍ଥ୍ୟସେବା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏପଟେ ନାଉଗାଁରେ ମଧ୍ୟ ୟାଶର ପ୍ରଭାବ ଆରମ୍ଭ ହୋଇଗଲାଣି ବର୍ଷା ସହ ଧିରେ ଧିରେ ପବନ ବହିବା ମଧ୍ୟ ଲାଗି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ