ସାଟେଲାଇଟ ମିଶନ ଫେଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଫେଲ ହେଲା ଇସ୍ରୋ ମିଶନ । ଶେଷ ସମୟରେ ୧୦ ସେକେଣ୍ଡ ପୂର୍ବରୁ ହେଲା ଖରାପ । ସକାଳ ୫ଟା ୪୫ରେ ଅର୍ଥ ଅବଜରବେଶନ ସାଟେଲାଇଟ୍ ଇଓଏସ୍-୩କୁ ଜିଏସ୍ଏଲଭି-ଏଫ୍ ୧୦ ରକେଟରେ ଉତକ୍ଷେପଣ କରାଯାଇଥିଲା । ହେଲେ ମିଶନ ସମୟର ୧୦ ସେକେଣ୍ଡ ପୂର୍ବରୁ ଖରାପ ହୋଇଯାଇଥିଲା । ମିଶନ କଂଟ୍ରୋଲ ସେଂଟରକୁ ରକେଟର ତୃତୀୟ ଷ୍ଟେଜରେ ଲାଗିଥିବା କ୍ରାୟୋଜେନିକ୍ ଇଂଜନ ସହ ୧୮.୨୯ ମିନିଟରେ ସିଗନାଲ ମିଳିବା ବନ୍ଦ ହୋଇଯାଇଥିଲା ।

କ୍ରାୟୋଜେନିକ୍ ଇଂଜନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମିଶନ ଫେଲ ହୋଇଥିବା ଜଣାପଡ଼ିଛି । ଇଓଏସ୍-୩କୁ ଜିୟୋସିଂକ୍ରୋସନ୍ ସାଟେଲାଇଟ୍ ଲଂଚ ଭେହିକିଲ୍ ଏଫ୍-୧୦ ଦ୍ୱାରା ଲଂଚ କରାଯାଇଥିଲା । ଏହି ରକେଟର ଉଚ୍ଚତା ୫୨ ମିଟର ଏବଂ ଓଜନ ୪୧୪.୭୫ ଟନ୍ । ଏହା ୨ ହଜାର ୫୦୦ କିଲୋଗ୍ରାମ୍ ପର୍ୟ୍ୟନ୍ତ ସାଟେଲାଇଟକୁ ଜିୟୋଟ୍ରାନ୍ସଫର ଅର୍ବିଟ୍ ପହଂଚାଇବାର କ୍ଷମତା ରଖିଛି । ଇଓଏସ୍-୩ ସାଟେଲାଇଟର ଓଜନ ୨୨୬୮ କିଲୋଗ୍ରାମ୍ । ଇଓଏସ୍-୩ ସାଟେଲାଇଟ୍ ବର୍ତ୍ତମାନ ସୁଦ୍ଧା ଭାରତର ସବୁଠୁ ଓଜନିଆ ଅର୍ଥ ଅବଜରବେଶନ ସାଟେଲାଇଟ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!