Masthead

ଜୋଙ୍ଗ୍‌ ସାନ୍‌ସ୍‌ହାନ୍‌ ସବୁଠାରୁ ଧନୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତର ମୁକେଶ ଅମ୍ବାନୀ ଏବଂ ଚୀନର ଜାକ୍‌ ମାଙ୍କୁ ଟପି, ଚୀନର ଜୋଙ୍ଗ୍‌ ସାନ୍‌ସ୍‌ହାନ୍‌ ଏସିଆ ମହାଦେଶର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ହୋଇଛନ୍ତି। ଏବର୍ଷ ଜୋଙ୍ଗଙ୍କ ସମୁଦାୟ ସମ୍ପତ୍ତି ୭୦.୯ ବିଲିୟନ ଡଲାର ବୃଦ୍ଧି ପାଇ ୭୭.୮ ବିଲିୟନ ଡଲାରରେ ପହଞ୍ଚିଛି । ତାଙ୍କୁ ବିଶ୍ୱର ୧୧ ବିତ୍ତଶାଳୀ ବ୍ୟକ୍ତିରେ ପରିଣତ କରିଥିବା କଥା ‘ବ୍ଲୁମ୍‌ବର୍ଗ ବିଲିଓନେୟର୍ସ ଇଣ୍ଡେକ୍ସ୍‍’ରୁ ଜଣାପଡ଼ିଛି। ଚୀନର ବାହାରେ ତାଙ୍କୁ କେହି ବି ଚିହ୍ନି ନଥିଲେ। ଜୋଙ୍ଗ୍ ରାଜନୀତିରେ ସମ୍ପୃକ୍ତ ନୁହନ୍ତି କି ବ୍ୟବସାୟର ମଧ୍ୟ ଅନ୍ୟ ଧନିକ ପରିବାରବର୍ଗଙ୍କ ସହ କୌଣସି ସମ୍ପର୍କ ନାହିଁ।

ବ୍ୟବସାୟରୁ ସେ ଏହି ସଫଳତା ହାସଲ କରିଛନ୍ତି। ଗତ ଏପ୍ରିଲ ମାସରେ ସେ ଟିକା ନିର୍ମାତା ‘ବେଜିଙ୍ଗ୍‌ ଓ୍ଵାନ୍‌ତାଇ ବାୟୋଲୋଜିକାଲ୍‌ ଏଣ୍ଟର୍‌ପ୍ରାଇଜ୍‌ କୋ.’କୁ ହାତକୁ ନେଇଥିଲେ ଓ ତା’ର କିଛି ମାସ ପରେ ପାଣି ବୋତଲ ନିର୍ମାତା କମ୍ପାନି ‘ନୋଙ୍ଗଫୁ ସ୍ପ୍ରିଙ୍ଗ୍‌’କୁ ନିଜ ମାଲିକାନାକୁ ନେବା ପରେ ବିକ୍ରି ଖୁବ ବଢ଼ିଯାଇଥିଲା। ସେ ଏହି ଦୁଇଟି ବ୍ୟବସାୟ ଚାଲୁ କରିବାକ୍ଷଣି ‘ନୋଙ୍ଗଫୁ’ର ସେୟାର ୧୫୫% ଏବଂ ‘ଓ୍ଵାନ୍‌ତାଇ’ର ସେୟାର ୨୦୦୦% ରୁ ଅଧିକ ବୃଦ୍ଧିପାଇଥିଲା। ଏବର୍ଷ ଅମ୍ବାନୀଙ୍କ ସମ୍ପତ୍ତି ମଧ୍ୟ ୧୮.୩ ବିଲିୟନ‌ ଡଲାର ବୃଦ୍ଧି ପାଇ ୭୬.୯ ବିଲିୟନ‌ ଡଲାରରେ ପହଞ୍ଚିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ