ପୁରୀ ପରେ ଫୁଲବାଣୀରେ ସାମ୍ବାଦିକଙ୍କୁ ଆକ୍ରମଣ

ଫୁଲବାଣୀ(ବଡ଼ ଖବର ବ୍ୟୁରୋ): ପୁରୀ ପରେ ଫୁଲବାଣୀରେ ଖାକିରେ ଲାଗିଲା କଳଙ୍କ। ଚତୁର୍ଥ ସ୍ତମ୍ବକୁ ଚାପି ଦେବାକୁ ପ୍ରୟାସ। ନାଲିଆଖି ଦେଖାଇଲେ, ଗାଳିଗୁଲଜ କଲେ, ପରେ ମାଡ ବି ମରାଇଲେ ପୋଲିସ ବାବୁ। ଖାକି ପଛର ସତକୁ ସାମ୍ନାକୁ ଆଣି ମାଡ଼ ଖାଇଲେ ସାମ୍ବାଦିକ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ପୋଲିସ ଅଧିକାରୀଙ୍କ ଦବଙ୍ଗ ଗିରି। ଏସଆଇ ଦୀପକ ସାମନ୍ତସିଂହାରଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ । ୧୯ ତାରିଖ ରାତିରେ ଗଣମାଧ୍ୟମ ପ୍ରତିନିଧି ସ୍ଥିତି ପରଖି ଗ୍ରାଉଣ୍ଡ ଜିରୋରୁ ନ୍ୟୁଜ ସଂଗ୍ରହ କରୁଥିଲେ। ନିଜ ଅବହେଳା ଲୋକ ଲୋଚନକୁ ଆସିବା ଭୟରେ ଡ୍ୟୁଟିରେ ଥିବା ଏସଆଇ ଦୀପକ ସାମନ୍ତସିଂହାର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ। ତାଙ୍କ ମୋବାଇଲ ଛଡାଇନେଇଥିଲେ। ପରେ ଆଜି ତାଙ୍କୁ ଲୋକ ଲଗାଇ ମାଡ ମାରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ ବି ପୋଲିସ ଚୁପ ବସିଛି। ତେବେ ଏ ଘଟଣାକୁ ସାମ୍ବାଦିକ ମହଲରେ ଦୃଢ ନିନ୍ଦା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ