Masthead

ଓଡ଼ିଶା ହାଇକୋର୍ଟରେ ଯୋଡ଼ିହେଲା ଐତିହାସିକ ଫର୍ଦ

କଟକ (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ଉଚ୍ଚ ନ୍ୟାୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ଖଣ୍ଡପୀଠରେ ୭୫ ମାମଲାର ରାୟ ଶୁଣାଣି ହୋଇଛି । ଏହା ଓଡ଼ିଶା ଇତିହାସର ଏକ ଗରିମାମୟ ଫର୍ଦ ପାଲଟିଯାଇଛି । ୭୫ ବର୍ଷ ପୂର୍ତ୍ତି ସମାରୋହରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଯୋଗଦାନର ଅବ୍ୟବହିତ ପୂର୍ବରୁ ଗୋଟିଏ ଦିନରେ ୭୫ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବା ଭାରତର ନ୍ୟାୟିକ ଇତିହାସକୁ ଗୌରବାନ୍ୱିତ କରିଛି । ଉଚ୍ଚନ୍ୟାୟାଳୟର ସମସ୍ତ ଐତିହାସିକ କୃତିତ୍ୱ ସହ ବର୍ତ୍ତମାନର ଏହି ୭୫ ଫୌଜଦାରୀ ମାମଲାର ରାୟ ଗତ ୭ଦଶକ ତୁଳନାରେ ନ୍ୟାୟିକ ବ୍ୟବସ୍ଥାର ଅଗ୍ରଗତିକୁ ପ୍ରମାଣିତ କରିଛି ।

ବିଚାରପତି ଦେବବ୍ରତ ଦାଶ ଓ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠରେ ସୋମବାର ୭୫ ଟି ଫୌଜଦାରୀ ମାମଲାର ରାୟ ପ୍ରକାଶ କରିଛନ୍ତି । ଏହା ଦେଶର ସାମ୍ବିଧାନିକ ତଥା ଆଇନ ବ୍ୟବସ୍ଥାକୁ ସୁଦୃଢ କରିପାରିଛି ଏହି ଫୌଜଦାରୀ ମାମଲା ଗୁଡିକ ଗତ ୭ ବର୍ଷ ବା ତାଠାରୁ ଉଦ୍ଧ୍ୱର୍ ସମୟ ଧରି ଉଚ୍ଚନ୍ୟାୟାଳୟରେ ବିଚାରାଧୀନ ଥିଲା । ସମସ୍ତ ମାମଲା ରାଜ୍ୟର ଜିଲ୍ଲା ଅଦାଲତଙ୍କ ରାୟକୁ ବିରୋଧ କରି ଉଚ୍ଚନ୍ୟାୟାଳୟରେ ବିଚାର ପାଇଁ ପଡ଼ି ରହିଥିଲା । ସମଗ୍ର ମାମଲା ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୦୨ ହତ୍ୟା ମାମଲା ଥିଲା । ୨୦୨୩ ଜୁନ ୨୧ରୁ ଏହି ମମଲାଗୁଡ଼ିକର ଶୁଣାଣି ଚାଲିଥିଲା । ବିଶେଷ କରି ଉଚ୍ଚ ନ୍ୟାୟାଳୟର ୭୫ ବର୍ଷ ପୂର୍ତ୍ତିର ଯାତ୍ରାରେ ଯୋଗଦେଉଥିବା ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ପ୍ରତି ଏହା ଏକ ବଡ଼ ସମ୍ମାନ ହୋଇପାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା