Masthead

ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅବସରପ୍ରାପ୍ତ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ । ପ୍ରାର୍ଥୀ ଘୋଷଣା କଲେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ । ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ ସୁଦର୍ଶନ ରେଡ୍ଡୀ । ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଜଷ୍ଟିସ୍‌ ସୁଦର୍ଶନ ରେଡ୍ଡୀ । ତେବେ ସୁଦର୍ଶନ ରେଡ୍ଡୀ ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି । କଂଗ୍ରେସ ନେତା ଜୟରାମ ରମେଶଙ୍କ ସୂଚନା ମୁତାବକ, ବିରୋଧୀ ମେଣ୍ଟ ସର୍ବସମ୍ମତିରେ ତାଙ୍କ ନାମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଚୟନ କରିଛି । ବି ସୁଦର୍ଶନ ରେଡ୍ଡୀଙ୍କ ଜନ୍ମ ୮ ଜୁଲାଇ ୧୯୪୬ ମସିହାରେ ହୋଇଥିଲା । ସେ ଭାରତର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏବଂ ଗୋଆର ପ୍ରଥମ ଲୋକାୟୁକ୍ତ ଥିଲେ । ସୁଦର୍ଶନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ରଙ୍ଗା ରେଡ୍ଡୀ ଜିଲ୍ଲାର ଆକୁଲା ମୈଲାରାମ ଗାଁରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପ୍ରାରମ୍ଭିକ ଶିକ୍ଷା ପରେ, ସେ ୧୯୭୧ ମସିହାରେ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରୁ ଆଇନ ପାସ୍ କରିଥିଲେ ।

ସୁଦର୍ଶନ ରେଡ୍ଡୀ ତାଙ୍କ କ୍ୟାରିୟର ସିଭିଲ୍ ଏବଂ ସାମ୍ବିଧାନିକ ମାମଲାରେ ଅଭ୍ୟାସ କରି ଆରମ୍ଭ କରିଥିଲେ ଏବଂ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବରିଷ୍ଠ ଓକିଲ କେ. ପ୍ରତାପ ରେଡ୍ଡୀଙ୍କ ସହ କାମ କରିଥିଲେ । ଏହାପରେ ତାଙ୍କୁ ୮ ଅଗଷ୍ଟ ୧୯୮୮ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସରକାରୀ ଓକିଲ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ପରେ ପରେ ସେ କେନ୍ଦ୍ର ସରକାରଙ୍କ ପାଇଁ ଅତିରିକ୍ତ ସ୍ଥାୟୀ ପରାମର୍ଶଦାତା ହୋଇଥିଲେ । ୧୯୯୩ ମସିହାରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଓକିଲ ସଂଘର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା ମଧ୍ୟ ରହିଥିଲେ । ମେ ୨ ତାରିଖ ୧୯୯୩ ମସିହାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ଏହା ପରେ, ୫ ଡିସେମ୍ବର ୨୦୦୫ ମସିହାରେ ସେ ଗୌହାଟ୍ଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି