Masthead

ଆପଣ ଜାଣନ୍ତି କି ଯୁଗାର ଯାତ୍ରା କ’ଣ

ସୋହେଲା (ବଡ଼ ଖବର ବ୍ୟୁରୋ): ବରଗଡ ଜିଲ୍ଲା ସୋହେଲା ବ୍ଲକ କୁଚିପାଲିରେ ଦୀର୍ଘ ୩୬ବର୍ଷ ଧରି ମା’ କାଳୀଙ୍କ ଯୁଗାର ଯାତ୍ରା ହୋଇଆସୁଛି । ପୂଜା ସମୟରେ ଏଠାରେ ଶତାଧିକ ଭକ୍ତଙ୍କ ସମାଗମ ହେଉଥିଲା । ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଭକ୍ତ ମା’ଙ୍କ ଦର୍ଶନ କରିଛନ୍ତି ।

ପୂର୍ବରୁ ମା’କାଳୀଙ୍କ ନିକଟରେ ବଳି ପଡ଼ିବା ପ୍ରଥା ଚାଲିଆସୁଥିଲା । ବହୁତ ଦିନ ତଳର କଥା । ତକ୍ରାଳୀନ ସରପଞ୍ଚମା’ଙ୍କ ପୀଠରେ ବଳି ପ୍ରଥାକୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥିଲେ । ଚାଷ ଓ ଚାଷୀଙ୍କ ଠାରୁ ଅମଳ ହେଉଥିବା ଧାନରୁ ଲିଆ କରି ଯୁଗାର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଯୁଗାର ମା’ କାଳୀଙ୍କୁ ଭୋଗ ରୂପେ ସରପଞ୍ଚପ୍ରଥମେ ଅର୍ପଣ କରିଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ବୁଣାକାରଙ୍କର କୌଣସି ସନ୍ତାନ ନଥିଲେ । ସେ ମା’ଙ୍କ ନିକଟରେ ଯୁଗାର ଯାଚିଥିଲେ । ପରେ ତାଙ୍କର ସନ୍ତାନ ହୋଇଥିଲା । ସେହି ଦିନଠାରୁ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକେ ମାନସିକ କରି କୁଚିପାଲିଠାରେ ହଜାର ହଜାର ସଂଖ୍ୟାରେ ଯୁଗାର ଅର୍ପଣ କରିଥାନ୍ତି ।

ଚଳିତ ବର୍ଷ ପାଳିତ ହୋଇଥିବା ଯୁଗାର ଯାତ୍ରାରେ ଭଟଲି ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂ, ମେଲଛାମୁଣ୍ଡାର ପୂର୍ବତନ ବିଧାୟକ ମହମ୍ମଦ ରଫିକ, ବିଜେପିର ବରିଷ୍ଠ ନେତା ସୁଶାନ୍ତ ମିଶ୍ର ସାମିଲ ହୋଇ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା