Before Header

ସଲମାନ ମନ୍ନତରେ ପହଞ୍ଚିବା ପରେ ଏବେ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ

0 62

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡରେ ଏବେ ସବୁଠାରୁ ଚର୍ଚ୍ଚାର ଖବର ହେଉଛି କିଙ୍ଗ୍ ଖାନ୍ ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟାନ୍ ଖାନଙ୍କ ଗିରଫ ଖବର । ଡ୍ରଗ୍ସ ମାମଲାରେ ଏନସିବି ହାତରେ ଧରା ପଡିଛନ୍ତି ଆର୍ଯ୍ୟାନ୍ । ଖବର ଅନୁସାରେ ଶନିବାର ମୁମ୍ବାଇରୁ ଗୋଆ ଯିବାକୁ ଥିବା କ୍ରୁଜ୍ ଶିପ୍ ରେ ଏନସିବିର ଅଧିକାରୀ ମାନେ ଚଢାଉ କରିଥିଲେ । ଏହାପରେ ଅଧିକାରୀ ବେଶ ବଦଳାଇ ପାର୍ଟିରେ ସାମିଲ୍ ହୋଇଥିଲେ ଏବେ ଏହାର ଫର୍ଦ୍ଦାଫାସ୍ କରିଥିଲେ । ସେହି ପାଟିରେ ଶାହାରୁଖଙ୍କ ପୁଅ ଆର୍ଯ୍ୟାନ୍ ମଧ୍ୟ ସାମିଲ୍ ଥିଲେ । ଏହା ସହ ପାର୍ଟିରେ ବ୍ୟବସାୟ, ବଲିଉଡ, ଏବଂ ଫ୍ୟାଶନ୍ ସହ ଜଡିତ ଲୋକ ସାମିଲ୍ ହୋଇଥିଲେ । ସେପଟେ ଆର୍ଯ୍ୟାନଙ୍କ ଫୋନ୍ ମଧ୍ୟ ନାର୍କୋଟିକ୍ସ୍ କଣ୍ଟ୍ରୋଲ ବ୍ୟୁରୋ ଜବତ କରିଛି । ତାଙ୍କ ଫୋନ୍ ଚାଟିଂକୁ ନେଇ ଖୋଳତାଡ୍ ଜାରି ରହିଛି ।

ଏହା ଭିତରେ ବଲିଉଡ ବାଦଶାହ ଶାହାରୁଖ ଖାନ୍ ତାଙ୍କ ଅପକମିଙ୍ଗ୍ ଫିଲ୍ମର ଶୁଟିଂ ବାତିଲ୍ କରିଥିବା କଥା ମଧ୍ୟ ଶୁଣିବାକୁ ମିଳିଛି । ଶାହାରୁଖ ତାଙ୍କ ଅପକମିଙ୍ଗ୍ ଫିଲ୍ମ ‘ପଠାନ୍’ର ଶୁଟିଂ ପାଇଁ ସ୍ପେନ୍ ଯାଇଥାନ୍ତେ । ସେଠାରେ ସେ ଦୀପିକା ପାଦୁକୋନଙ୍କ ସହ ପଠାନ୍ ଫିଲ୍ମର ଏକ ଗୀତ ସୁଟିଂ କରିଥାନ୍ତେି । କିନ୍ତୁ ପୁଅ ଆର୍ଯ୍ୟନ୍ଙ୍କ ଏପରି ଖବର ଶୁଣି ସେ ବର୍ତ୍ତମାନ ନିଜ ସୁଟିଂ ପ୍ଲାନିଂକୁ ଘୁଞ୍ଚାଇ ଦେଇଛନ୍ତି । ତେବେ ଏହି ଘଟଣା ପରେ ବିଳମ୍ବିତ ରାତିରେ ମନ୍ନତରେ ପହଞ୍ଚିଛନ୍ତି ବଲିଉଡର ଦବଙ୍ଗ ଖାନ୍ ସଲମାନ୍ ଖାନ୍ । ଶାହାରୁଖଙ୍କୁ ସାନ୍ତ୍ୱନା ଦେବାକୁ ସଲମାନ ମନ୍ନତରେ ପହଞ୍ଚିଥିବା ବେଳେ ଉଭୟ ମଧ୍ୟ ଆର୍ଯ୍ୟନ୍ ଙ୍କ ଗିରଫଦାରୀକୁ ନେଇ ଆଲୋଚନା କରିଥିବା ଶୁଣିବାକୁ ମିଳିଛି । ସଲମାନଙ୍କୁ ଶାହାରୁଖ ଘର ସାମ୍ନାରେ ସ୍ପଟ୍ କରାଯିବା ପରେ ତାଙ୍କୁ ଫୋଟୋଗ୍ରାଫର ମାନେ ଘେରି ଯାଇଥିଲେ । କିନ୍ତୁ ଏ ନେଇ ସଲମାନ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଶାହାରୁଖଙ୍କର କିଛି ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ପିଲାମାନଙ୍କର ଯେବେ ବି କିଛି ଅସୁବିଧା ହେବ ସେତେବେଳେ ସଲମାନ ହିଁ ତାଙ୍କ ସହିତ ରହିବେ । ତେବେ ସଲମାନଙ୍କ ଅନେକ ଫ୍ୟାନ୍ସ ବି ଏବେ ତାଙ୍କୁ ବେଶ୍ ପ୍ରଶଂସା କରିବାରେ ଲାଗିଛନ୍ତି । ସେପଟେ ଶାହାରୁଖଙ୍କ ପୁଅ ଆର୍ଯ୍ୟାନ୍ ବି ଶୁବଶୀଘ୍ର ବଲିଉଡରେ ଡେବ୍ୟୁ କରିଥାନ୍ତେ । ଏହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ବି ହେଉଥିଲା । ତା ସହ ଶାହାରୁଖ ଝିଅ ସୁହାନାଙ୍କ ବଲିଉଡ ଡେବ୍ୟୁ ବଷୟରେ ବି ଅନେକ କଥା ଶୁଣିବାକୁ ମିଳିଛି । ତେବେ ବର୍ତ୍ତମାନ ଆର୍ଯ୍ୟାନଙ୍କ ଗିରଫ ପରେ ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.