ନନ୍ଦନକାନନ ଆସୁଛନ୍ତି ନୂଆ ଅତିଥି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ଜୟପୁର ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସୁଛନ୍ତି ୮ ନୂଆ ଅତିଥି । ଜୟପୁର ଚିଡ଼ିଆଖାନାରୁ ନନ୍ଦନକାନନ ଅଭିମୁଖେ ସମସ୍ତ ପ୍ରାଣୀ ବାହାରିଛନ୍ତି ଖୁବ୍ ଯଲଦି ପହଞ୍ଚିଯିବେ । ନନ୍ଦନକାନନରେ ପହଞ୍ଚିବା ପରେ ସମସ୍ତ ପ୍ରାଣୀଙ୍କୁ ୧୪ ଦିନର କ୍ୱାରେଣ୍ଟାଇନରେ ରଖାଯିବ । ଏହାର ଦୁଇ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ଦେଖିବାର ସୁଯୋଗ ମିଳିବ। ଅତିଥି ମାନଙ୍କ ମଧ୍ୟରେ ୨ଟି ଚିତା ବାଘ, ୨ଟି ଘଡ଼ିଆଳ କୁମ୍ଭୀର, ୨ଟି ପେଚ୍ଚା ଓ ୨ଟି ଚିଙ୍କାରା ଜାତୀୟ ହରିଣ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନର ଉପ ନିର୍ଦ୍ଦେଶକ ।

ଅନ୍ୟପଟେ ନନ୍ଦନକାନନରେ ମାଇ ଜିରାଫ ଥିବା ବେଳେ ଜିରାଫ ବଂଶ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପୁରୁଷ ଜିରାଫ ଖୋଜା ଚାଲିଛି । ଗଣ୍ଡା ପାଇଁ ମଧ୍ୟ ଅନୁରୁପ ଭାବେ ପାଟନା ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!