Masthead

ନବୀନଙ୍କୁ କ୍ୟାପଟେନ୍ ସଜାଇ ବିଜେଡି ଉପରେ ବର୍ଷିଲେ ଜ୍ୟୋତିପ୍ରକାଶ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସଦଭାବନା, ଶାନ୍ତି ଓ ସ୍ତିରତା ବଜାଇ ରଖିବା ଆମ ସଂକଳ୍ପ ଏବଂ ଧର୍ମ ହେବା ଆବଶ୍ୟକ। ଶାନ୍ତ ପରିବେଶକୁ ଅଶାନ୍ତ, ଶୃଙ୍ଖଳାରେ ବିଶୃଙ୍ଖଳା , ମିଥ୍ୟା ଓ ହିଂସାର ବାତାବରଣ ଯେଉଁ କେତେଦିନ ଧରି ଆପଣ ମାନେ ସମ୍ମୁଖୀନ ହେଉଛନ୍ତି । ତା ବିରୋଧରେ ସଂଗ୍ରାମ ଜାରି ରଖୀଛେ । ଆପଣ ଓ ମୁଁ ବହୁ କଷ୍ଟ, ଅପମାନ ଓ ଲାଞ୍ଛନାର ଶିକାର ହୋଇ ଆସୁଛେ। ହତାଶ ଓ ନିରାସ ହେବା ନାହିଁ ।ସତ୍ୟର ବିଜୟ ଖୁବ୍ ନିକଟତର । ଅର୍ଥ ବଳ, ବାହୁବଳର ଭୟ, ମିଥ୍ୟା ଅପପ୍ରଚର୍ ଏବଂ ମିଥ୍ୟା ପ୍ରତିଶୃତିର ବଳ ଦିନେ କୁହୁଡି ଭଳି ମିଳାଇଯିବ । ଆମେ ଥକିବୁ ନାହିଁ କି ହାର ମାନିବୁ ନାହିଁ । ସିମୁଳିଆ ଓ ଖଇରା ସଂଗ୍ରାମର ମାଟି । ସତ୍ୟ ଓ ପରୋପକାର ରକ୍ତ ଏଇଠି ପ୍ରଭାବିତ ହୁଏ । ଦୁଇ ଦଳ ଭିତରେ କ୍ରିକେଟ ପ୍ରତିଯୋଗିତା ଦେଖିଥିବେ ।

ଖେଳରେ ହାରିଯିବା ପରେ ଦଳ ଟି ନିଜର ଆତ୍ମ ସମୀକ୍ଷା, ଦୋଷ ଦୁର୍ବଳତା ଜାଣି ନ ପାରି ସଂଶୋଧନ ପ୍ରକ୍ରିୟା ନ କରି ଖେଳ ପରିଚାଳନା କରୁଥିବା ଆମ୍ପେୟାର, ଖେଳା ଯାଉଥିବା ପଡିଆ , ସେଦିନର ପାଗ ଓ ସେଦିନ ଉପସ୍ଥିତ ଥିବା ଦର୍ଶକଙ୍କୁ ଦୋଷ ଦିଅନ୍ତି । ସରକାରରେ ଥିବା କ୍ୟାପଟେନ ସମୀକ୍ଷା ନିଜେ କଲେ ନାହିଁ ଯେ ମୋ ଦଳରେ ଏତେ ବରିଷ୍ଠ ଓ ବିଜ୍ଞ ଖେଳାଳି ଥିବା ସତ୍ୱେ ସେମାନେ କାହିଁକି କମ୍ ରନରେ ଜିତିଲେ । ପଦପଦବୀ ପାଇଲେ ସେବା କରିବି ନ ପାଇଲେ କରିବିନି ସେମିତି ଦାବି କରିବା କା ପୁରୁଷର ଲକ୍ଷଣ । ରାମାୟଣରେ କଥାରେ ଅଛି ଦୁର୍ୟ୍ୟଧନ ଓ ରାବଣର ମୃତ୍ୟୁ ହୁଏ ବୋଲି ସାଧାରଣରେ କୁହାଯାଏ କିନ୍ତୁ ତାହା ନୁହେଁ । ସେମାନଙ୍କର ଅହଙ୍କାର, ଦାମ୍ଭିକତା, ଐଶୋର୍ୟ୍ୟ, ବଳ ଓ ବଡପଣର ମୃତ୍ୟୁ ହୁଏ ଏହା ସତ୍ୟ। ଭାଗବତରେ କଥା ଅଛି ଆତ୍ମ ଗରିମା ନିଜ ମୁଖେ ଯେ ଜନ୍ କରେ ସୁଖେ ଜସ ନ ରହେ ତିନି ଲୋକେ ମରଣେ ପଡନ୍ତି ନରେନ୍ତେ। ରାଷ୍ଟ୍ର ନେତା ଲକ୍ଷଣ ହେଉଛି ସେବା, ସହାୟତା, ଦାନ ହିଁ ତାର ଦୁନିଆରେ ବ୍ରତ ହେବା ଉଚିତ୍ । କାହାର ଫାଇଦା ନେଇ ସମସ୍ତଙ୍କ ସମ୍ମୁଖରେ ଆତ୍ମ ପ୍ରଚାର କରିବା ଗ୍ରହଣୀୟ ନୁହେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼