Masthead

କଂଗ୍ରେସରେ ସାମିଲ ହେବେ କହ୍ନେୟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ଜେଏନୟୁର ପୂର୍ବତନ ଛାତ୍ର ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଆଜି କଂଗ୍ରେସରେ ଯୋଗ ଦେବାର କଯ୍ୟକ୍ରମ ରହିଛି । ତେବେ ତା ପୂର୍ବରୁ ସେ ବିହାରର ରାଜଧାନୀ ପାଟନାରେ ସିପିଆଇ ରାଜ୍ୟ ଶାଖା କର୍ଯ୍ୟାଳୟରେ ଲଗାଇଥିବା ଏସିକୁ ଖୋଲି ନେଇଯାଇଛନ୍ତି । ଏ ନେଇ ସିପିଆଇର ବିହାର ଶାଖାର ସଂପାଦକ ରାମ ନରେଶ ପାଣ୍ଡେ ଏହି କଥା କହିଛନ୍ତି । ସେ କହିଛନ୍ତି ଯେ, କହ୍ନେୟା କୁମାର ଏସି ଖୋଲି ନେଇଯାଇଛନ୍ତି । ମୁଁ ବି ଏଥିପାଇଁ ତାଙ୍କୁ ଅନୁମତି ଦେଇଥିଲି । କାରଣ ସେ ତାଙ୍କ ନିଜ ଅର୍ଥରେ ଏହି ଏସି କିଣିଥିଲେ । ସେ ଆହୁରି କହିଛନ୍ତି, କଂଗ୍ରେସରେ ସାମିଲ ହେବା ନେଇ କହ୍ନେୟା ଯେଉଁ ନିଷ୍ପତି ନେଇଛନ୍ତି, ସେହି ନିଷ୍ପତିରୁ ଓହରି ଆସିଲେ ଭଲ ହୁଅନ୍ତା ।

ସୂଚନା ଅନୁସାରେ ପୂର୍ବରୁ ସିପିଆଇ ନେତା କହ୍ନେୟା କୁମାର କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କହ୍ନେୟା କୁମାର ମଧ୍ୟ କଂଗ୍ରେସର ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ଆଉ ଆଜି ସେ କଂଗ୍ରେସରେ ମିଶିବା ନେଇ ସୂଚନା ମିଳିଛି । କହ୍ମେୟା କୁମାରଙ୍କ ସହିତ ଗୁଜୁରାଟର ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ ବିଧାୟକ ଜିଗ୍ନେଶ ମୱାନି ମଧ୍ୟ ଆଜି କଂଗ୍ରେସରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !