Masthead

‘ମହାତ୍ମା ଗାନ୍ଧୀ ଥିଲେ ମହାପରୁଷ, ମୋଦି ହେଉଛନ୍ତି ଯୁଗପୁରୁଷ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାହାତ୍ମା ଗାନ୍ଧୀଙ୍କ ସହ ତୁଳନା କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସୋମବାର ଏକ କାର୍ଯ୍ୟକ୍ରମରେ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ଼ ମହାତ୍ମା ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ତୁଳନା କରିଛନ୍ତି। ସେ ମହାତ୍ମା ଗାନ୍ଧୀଙ୍କୁ ‘ମହାପୁରୁଷ’ ଏବଂ ମୋଦିଙ୍କୁ ବର୍ତ୍ତମାନ ସମୟର ‘ଯୁଗୁପୁରଷ’ ବୋଲି କହିଥିଲେ। ଜୈନ ଦାର୍ଶନିକ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ଜନ୍ମବାର୍ଷିକ ସମାରୋହରେ ଧନଖଡ଼ ତାଙ୍କ ଅଭିଭାଷଣରେ କହିଛନ୍ତି, ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହେଁ, ଗତ ଶତାବ୍ଦୀର ମହାପୁରୁଷ ମହାତ୍ମା ଗାନ୍ଧୀ ଥିଲେ। ନରେନ୍ଦ୍ର ମୋଦି ଏହି ଶତାବ୍ଦୀର ଯୁଗପୁରଷ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଆମକୁ ସତ୍ୟ ଏବଂ ଅହିଂସା ସହ ବ୍ରିଟିଶ ଦାସତ୍ୱରୁ ମୁକ୍ତ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ପ୍ରଗତିର ପଥରେ ରଖିଛନ୍ତି ଯେଉଁଥିରେ ଆମେ ଯାହା ସବୁବେଳେ ଦେଖିବାକୁ ଚାହୁଁଥିଲୁ। ଯାହାକୁ କଂଗ୍ରେସ ନେତା ମାଣିକାମ ଟାଗୋର ତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରିବା ଲଜ୍ଜାଜନକ ଅଟେ। ଖାଲି ସେତିକି ନୁହେଁ କଂଗ୍ରେସ ନେତା ଦାନିଶ ଅଲ୍ଲି ମଧ୍ୟ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ ଗତ ଶତାବ୍ଦୀର ମହାନ ବ୍ୟକ୍ତି ହେଉଛନ୍ତି ମହାତ୍ମା ଗାନ୍ଧୀ, ଏହି ଶତାବ୍ଦୀର ମହାନ ବ୍ୟକ୍ତି ହେଉଛନ୍ତି ନରେନ୍ଦ୍ର ମୋଦୀ! ମୁଁ ଉପରାଷ୍ଟ୍ରପତିଙ୍କୁ ପଚାରିବାକୁ ଚାହେଁ ଯେ ପ୍ରଧାନମନ୍ତ୍ରୀ ଦଳର ଜଣେ ସାଂସଦଙ୍କୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୁଦ୍ଧରେ ଅଶାଳୀନ ଭାଷା ବ୍ୟବହାର କରିବାକୁ ଅନୁମତି ଦେଇ ସଂସଦରେ କେଉଁ ନୂତନ ଯୁଗ ଆରମ୍ଭ ହୋଇଛି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା