Masthead

‘ଓଡ଼ିଶା ପରିବର୍ତ୍ତନ’ ନାମରେ ଗୀତ ଗାଇଲେ କଣ୍ଠଶିଳ୍ପୀ କୈଳାଶ ଖେର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଚାର ବେଳେ ବାଜିବ ଗୀତ । ଗୀତରେ ଗୀତରେ ଭୋଟ ମାଗିବେ ନେତା । ବିଭିନ୍ନ ଦଳର ରାଜନେତା, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ନିଜ ସପକ୍ଷରେ ତିଆରି କରୁଛନ୍ତି ଆକର୍ଷଣୀୟ ଗୀତ । ଏସବୁ ଗୀତ ତିଆରିରେ ଲାଗିପଡିଛନ୍ତି ଗୀତିକାର, କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ । ଏହାରି ଭିତରେ ଦେଶର ସୁନାମ ଧନ୍ୟ କଣ୍ଠଶିଳ୍ପୀ କୈଳାଶ ଖେର ସାମାଜିକ ଗଣମାଧ୍ୟମ ଜରିଆରେ ହିନ୍ଦୀ ସଙ୍ଗୀତ “ଓଡ଼ିଶା ପରିବର୍ତ୍ତନ” ପୋଷ୍ଟ କରିଛନ୍ତି ।

କୈଳାଶ ଖେର ଏକ୍ସରେ ଟ୍ୱିଟ୍ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମ୍ବଲେଶ୍ୱରୀ ଓଡ଼ିଶାର ପବିତ୍ର ଭୂମିରେ ସବୁ ଦେବାଦେବୀମାନେ ସଙ୍କେତ ଦେଉଛନ୍ତି ଯେ ପରିବର୍ତ୍ତନ ବିକାଶର ପ୍ରଥମ ସୋପାନ । କୈଳାସ ପରିବାର ତରଫରୁ ସଙ୍ଗୀତ ମାଧ୍ୟମରେ ଏହି ଆଧ୍ୟାତ୍ମିକ ପ୍ରାର୍ଥନା ଓଡ଼ିଶାର ଜନସାଧାରଣଙ୍କୁ ଉପହାର । “ଓଡ଼ିଶା ପରିବର୍ତ୍ତନ” ଆଡକୁ ଗୋଟିଏ ପାଦ ଆଗକୁ କଥାବସ୍ତୁ ଉପରେ ପ୍ରସ୍ତୁତ ହୋଇଥିବା ନିର୍ବାଚନୀ ଗୀତରେ କୈଳାଶ ଖେର ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ସମଲେଶ୍ୱରୀଙ୍କ ପବିତ୍ର ଭୂମିକୁ ସମୃଦ୍ଧି ଏବଂ ବିକାଶର ଭୂମି କହିଛନ୍ତି ।

ଏହି ପବିତ୍ର ଭୂମିରୁ ପ୍ରଭୁଙ୍କ ଚରଣରେ ପଦ୍ମ ଫୁଟାଇବା ସହ ଓଡ଼ିଶାରେ ପରିବର୍ତ୍ତନ ଆଣିବା ଉପରେ ଗୀତଟି ରଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶର କାର୍ଯ୍ୟଶୈଳୀ ଓ ସେମାନଙ୍କ ନେତୃତ୍ୱରେ ସମ୍ବଲପୁର ସମେତ ଓଡ଼ିଶାରେ ବିକାଶର କାର୍ଯ୍ୟ ଉପରେ ଗୀତଟି ପର୍ଯ୍ୟବେସିତ ହୋଇଛି । ଓଡ଼ିଶାର ସଂକଳ୍ପକୁ ଗୀତରେ ପ୍ରତିଫଳିତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ!