Masthead

୨ ବର୍ଷ ପରେ ଓଡ଼ିଶା ଫେରିଲେ ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀ

ଯାଜପୁର(ବଡ଼ ଖବର ବ୍ୟୁରୋ): ମା’ କୋଟ୍ରାକ୍ଷୀଙ୍କ ଆଶୀର୍ବାଦ ପାଇବ ପୁଣି ଯାଜପୁରର ଦର୍ପଣଗଡ଼ । ପ୍ରତିଷ୍ଠା ହେବ ମନ୍ଦିର । ୨୦୨୧ରେ ମୂର୍ତ୍ତି ଚୋରି ହୋଇଥିଲା । ଏବେ ପୁଣି ଗାଁକୁ ଫେରିଛି । ୨ ବର୍ଷ ପରେ ମାଆ ପୁଣି ନିଜ ସ୍ୱ ସ୍ଥାନକୁ ଫେରିଛନ୍ତି । ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ମୂର୍ତ୍ତି ଉଦ୍ଧାର ପାଇଁ ଅନେକ ଦାବି ଓ ଆନ୍ଦୋଳନ ସତ୍ତ୍ବେ ପୋଲିସ ବିଫଳ ହେବାରୁ ଘଟଣାର ୭ ମାସ ପରେ ଗାଁ ଲୋକେ ମାଆଙ୍କର ଆଉ ଏକ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରିଥିଲେ ।

ହଂକଂକୁ ଚୋରାଚାଲାଣ ବେଳେ ଦିଲ୍ଲୀ ବିମାନବନ୍ଦରରେ ଧରାପଡ଼ିଥିଲା ମୂର୍ତ୍ତିଟି । ଚୋରି ମୂର୍ତିକୁ କଷ୍ଟମ ବିଭାଗ ଠାବ କରିବା ପରେ ଓଡ଼ିଶା ଫେରାଇଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ମୂର୍ତ୍ତି ଓଡ଼ିଶାକୁ ଫେରିଛି । ଏହି ମୂର୍ତ୍ତି ନବମ ଓ ଦଶମ ଶତାବ୍ଦୀର। ମା’ କୋଟ୍ରାକ୍ଷୀ ସ୍ଥାନୀୟ ଲୋକଙ୍କ ଆସ୍ଥା, ଐତିହ୍ୟ ଏବଂ ବିଶ୍ବାସର କେନ୍ଦ୍ର । ଏବେ ନିଜ ଇଷ୍ଟ ଦେବୀଙ୍କମୂର୍ତ୍ତି ଫେରିପାଇବା ପରେ ଖୁସିରେ ବିଭୋର ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’