Masthead

ଗୌତମଙ୍କ ହାତ ଧରିବେ କାଜଲ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଦକ୍ଷିଣ ସିନେମା ଓ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କାଜଲ ଅଗ୍ରୱାଲ ଅଜୟ ଦେବଗନଙ୍କ ଫିଲ୍ମ ସିଙ୍ଘମ୍ ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏହି ଫିଲ୍ମ ତାଙ୍କୁ ଦେଇଥିଲା ଦକ୍ଷ ଅଭିନେତ୍ରୀର ପରିଚୟ । ସେ ରାତାରାତି ପ୍ରସିଦ୍ଧ ହୋଇଯାଇଥିଲେ । ପରେ ସେ ଅନେକ ବଲିଉଡ ଫିଲ୍ମରେ ଅଭିନୟର ସୁଯୋଗ ପାଇଥିଲେ । ଏବେ ତାଙ୍କ ମନ ଆଉ କେଉଁଥିରେ ଲାଗୁନି । ବାହା ହେବା ପାଇଁ ଛନଛନ ହେଲେଣି ।

କାଜଲ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ତାରିଖ ପ୍ରକାଶ କରିଛନ୍ତି। ଏହି ମାସର ୩୦ ରେ ସେ ମୁମ୍ବାଇରେ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେ ଆହୁରି ଲେଖିଛନ୍ତି,’ଏହା ଏକ ଛୋଟ ପାରିବାରିକ କାର୍ୟ୍ୟରେ ହେବ । ମହାମାରୀ କରୋନା ନିଶ୍ଚିତ ଭାବରେ ଆମର ଖୁସିକୁ ସରଳତାରେ ପରିପୂର୍ଣ୍ଣ କରିଛି,କିନ୍ତୁ ଆମେ ଏକତ୍ର ଜୀବନ ଆରମ୍ଭ କରିବାକୁ ବହୁତ ଉତ୍ସାହିତ । ଆପଣମାନେ ଆମ ଖୁସିରେ ବହୁତ ଖୁସି ହେବେ । ଜୀବନର ନୂଆ ଇନ୍ସିଂ ଆରମ୍ଭ ପାଇଁ ଆପଣଙ୍କର ଆଶୀର୍ବାଦ କାମନା କରୁଛୁ ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ