Masthead

ଇଲେକ୍ସନ, ଆଇପିଏଲ ଓ ତେଜସ୍ୱୀ

ପାଟନା(ବଡ଼ ଖବର ବ୍ୟୁରୋ): ରାଜନୀତି କ୍ଷେତ୍ରରେ ପାରଙ୍ଗମ ଦେଖାଇବା ପୂର୍ବରୁ ୩୧ ବର୍ଷୀୟ ତେଜସ୍ୱୀ ଯାଦବ କ୍ରିକେଟ୍ ପଡ଼ିଆରେ ନିଜର ଜଲୱା ଦେଖେଇବାକୁ ଚେଷ୍ଟା କରୁଥିଲେ । ସେ ରାଜନୀତିର ଖେଳାଳି ହେବା ପୂର୍ବରୁ ତେଜସ୍ୱୀ  କ୍ରିକେଟ ଖେଳାଳି ଥିଲେ। ମଥୁରା ରୋଡରେ ଥିବା ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ପଢୁଥିବାବେଳେ ଲମ୍ବାଚୁଟି ରଖିଥିବା ତେଜସ୍ୱୀ ଅନ୍ୟ ପିଲାମାନଙ୍କଠାରୁ ଭିନ୍ନ ଦେଖାଯାଉଥିଲେ । ସେ କ୍ରିକେଟରେ ଭବିଷ୍ୟତ କରିବେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ତାଙ୍କର ଇଚ୍ଛା ପୂରଣ ହୋଇନଥିଲା।
ଇଣ୍ଡିଆନ ପ୍ରିମିୟର ଲିଗରେ ତେଜସ୍ୱୀ ଚାରି ସିଜିନ ପାଇଁ ଦିଲ୍ଲୀ ଡେୟାରଡେଭିଲ୍ସ ଦଳରେ ଥିଲେ। ସେ ୨୦୦୮ ରୁ ୨୦୧୨ ପର୍ୟ୍ୟନ୍ତ ଦିଲ୍ଲୀ ଦଳର ସଦସ୍ୟ ଥିଲେ। କିନ୍ତୁ ସେ ଦଳର ଏକାଦଶରେ ଖେଳିବାର କୌଣସି ସୁଯୋଗ ପାଇନଥିଲେ। ସେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଭାବରେ ଦିଲ୍ଲୀ ଦଳରେ ସ୍ଥାନ ପ।ଇଥିଲେ।
ତେଜସ୍ୱୀ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବାରେ ସଫଳ ହୋଇଥିଲେ। ସେ ୨୦୦୯ରେ ଝାଡଖଣ୍ଡ ଦଳରେ ଏହି ସୁଯୋଗ ପାଇଥିଲେ। ସେ ରଣଜୀ ଟ୍ରଫି ପ୍ଲେଟ୍ ଲିଗରେ ବିଦର୍ଭ ବିପକ୍ଷରେ ରାଞ୍ଚିରେ ଖେଳିବାର ସୁଯୋଗ ପାଇଥିଲେ। ସେ ଡେବ୍ୟୁ ଇନିଂସରେ ମାତ୍ର ଗୋଟିଏ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ପ୍ରଥମ ମ୍ୟାଚରେ ବୋଲିଂ କରି ୫ ଓଭରରେ ୧୭ ରନ୍ ଦେଇଥିଲେ ମଧ୍ୟ ୱିକେଟ୍ ପାଇନଥିଲେ। ଦ୍ୱିତୀୟ ଇନିଂସରେ ତେଜସ୍ୱୀ ୧୯ ରନ୍ ସଂଗ୍ରହ କରିଥିଲେ।
ଏହା ବ୍ୟତୀତ ତେଜସ୍ୱୀ ଦୁଇଟି ଲିଷ୍ଟ-ଏ ମ୍ୟାଚ୍ (ଘରୋଇ ଦିନିକିଆ) ଏବଂ ଚାରି ଟି -୨୦ ମ୍ୟାଚ ଖେଳିଛନ୍ତି। ତେଜସ୍ୱୀ କ୍ରିକେଟରେ ଆଶା କରିଥିଲେ ଉଚ୍ଚ କ୍ୟାରିୟର । ତେବେ ଆଶା କରିଥିବା ଉଚ୍ଚତାକୁ କେବେ ସ୍ପର୍ଶ କରିପାରି ନ ଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୧୯, ଲିଷ୍ଟ-ଏରେ ୯ ଏବଂ ଟି -୨୦ ରେ ୩ ରନ ସର୍ବୋଚ୍ଚ ସ୍କୋର କରିଥିଲେ। ସେ ଲିଷ୍ଟ-ଏ କ୍ରିକେଟରେ ଗୋଟିଏ ୱିକେଟ୍ ପାଇଥିଲେ । କ୍ରିକେଟରେ ଆଶାନୁରୂପ ସଫଳତା ପାଇପାରି ନ ଥିବା ତେଜସ୍ୱୀ ରାଜନୀତିରେ ବେଶ ଚମତ୍କାର ଢଙ୍ଗରେ ନିଜର ପାରଦର୍ଶିତା ଦେଖାଉଛନ୍ତି। ବର୍ତ୍ତମାନ ବିହାର ରାଜନୀତିରେ ସେ ମହାଗଠବନ୍ଧନର ନେତୃତ୍ୱ ନେଇଛନ୍ତି । ମହାଗଠବନ୍ଧନରୁ ସେ ବିହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି । ବୁଥ ବାହୁଡ଼ା ମତ ଅନୁସାରେ ମହାଗଠବନ୍ଧନ ବିହାରରେ ସରକାର କରୁଥିବା ଦର୍ଶାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ହୋଇଥିବା ଭୋଟ ଗଣତି ମଧ୍ୟରେ ମହାଗଠବନ୍ଧନକୁ ପଛରେ ପକାଇ ଏନଡିଏ ଆଗରେ ରହିଥିବା ସୂଚନା ମିଳୁଛି । ଜଣେ ଅସଫଳ କ୍ରିକେଟର ରାଜନୀତିରେ କେତେ ସଫଳ ତାହା ଆଜି ଭୋଟ ଗଣତି ଶେଷ ହେବା ପରେ ହିଁ ଜଣା ପଡ଼ିବ। ତେବେ ସୋମବାର ତେଜସ୍ୱୀଙ୍କ ବାର୍ଥଡେ ଥିଲା କିନ୍ତୁ ସେ ହାପି ହେବେ କି ନାହିଁ ଆଉ କିଛି ସମୟ ମଧ୍ୟରେ ଜଣାପଡ଼ିବ ।
ଅନ୍ୟପଟେ ତେଜସ୍ୱୀଙ୍କ ପୂର୍ବତନ ଦଳ ଦିଲ୍ଲୀ ମଧ୍ୟ ଆଜି ଆଇପିଏଲ ଫାଇନାଲରେ ନିଜର ଭାଗ୍ୟ ପରୀକ୍ଷା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼