Masthead

ଜରରେ କମ୍ପୁଛନ୍ତି କାଳିଆ ଠାକୁର

ପୁରୀ(ବଡ଼ ଖବର ବ୍ୟୁରୋ): ଜନ୍ମଦିନରେ ଧୁମ୍ ଗାଧେଇଲେ । ଭାଇ, ଭଉଣୀଙ୍କ ସାଙ୍ଗରେ ଧରି ରତ୍ନବେଦୀରୁ ଆସି ପହଞ୍ଚିଗଲେ ସ୍ନାନବେଦୀରେ । ତାହା ପରେ ଚାଲିଲା ମହାପ୍ରଭୁଙ୍କ ମହାସ୍ନାନ । ଗୋଟିଏ କି ଦୁଇ ଗରା ନୁହେଁ, ସୁବାସିତ ଜଳ ଭର୍ତ୍ତି ୧୦୮ ଗରା ଜଳ ଚତୁର୍ଦ୍ଧାମୂର୍ତ୍ତିଙ୍କ ଉପରେ ଢଳା ଗଲା । ଜଗତ ଆଗରେ ବସି ଜଗତର ନାଥ ଜନ୍ମଦିନରେ ପାଳନ କଲେ ସ୍ନାନ ଉତ୍ସବ । ଏତେ ପାଣିରେ ଗାଧୋଇବା ପରେ ତାହା ହେଲା ଯାହା ହେବାର ଥିଲା । ଅପୂର୍ବ ମାନବୀୟ ଲୀଳାରେ ଅନନ୍ୟ କାଳିଆ ଠାକୁର ଏବେ ଜରରେ କମ୍ପୁଛନ୍ତି । ଖଇ ଫୁଟିବା ଭଳି ତାତିରେ ଥରୁଛି ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ।

ସେବକ ଓ ଭକ୍ତ ମହଲରେ ଭାଳେଣି ପଡ଼ିଛି । ପ୍ରଭୁଙ୍କୁ ଏବେ ନିଆଯିବ ଅନବସର ପିଣ୍ଡି । ସେଇଠି ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ସେବା ଶୁଶ୍ରୁଷା ହେବ । ସେବକମାନେ ଫୁଲୁରି ତେଲ ଲାଗି କରିବେ । ୧୫ ଦିନ ଯାଏଁ ମହାବାହୁ ନିଜକୁ ସମସ୍ତଙ୍କଠାରୁ ଦୂରେଇ ରଖି ଚିକିତ୍ସିତ ହେବେ । କରୋନା କାଳରେ ଆମେ ଯାହାକୁ ସଙ୍ଗରୋଧ ବୋଲି କହୁଛେ । ସେତେବେଳେ ଯାଏଁ ସେବକମାନଙ୍କୁ ଛାଡ଼ିଲେ କେହି ବି କରିପାରିବେ ନାହିଁ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ଦର୍ଶନ । ଏହି ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ଥାନରେ ପଟି ଦିଅଁ ପୂଜାର ପରମ୍ପରା ରହିଛି । ସେପଟେ ବ୍ରହ୍ମଗିରିର ଅଲାରନାଥଙ୍କ ଦର୍ଶନର ବିଧି ରହିଛି । ତେବେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ପାଇଁ ଅଲାରନାଥଙ୍କ ଦର୍ଶନ ବନ୍ଦ ରହିଛି ।

ଲୀଳାମୟ ଠାକୁର ଶ୍ରୀଜଗନ୍ନାଥ। ସେ ସର୍ବ ଶକ୍ତିମାନ । ବିଶ୍ୱନିୟନ୍ତା । ତାଙ୍କ ଇଚ୍ଛା ବିନା ଗଛର ପତ୍ର ବି ହଲେନି । ହେଲେ ତାଙ୍କୁ ବି ଜର ହୁଏ । ଅଧିକ ଗାଧୋଇଲେ ସେ ବି ଜରରେ ପଡ଼ନ୍ତି । କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହୁଅନ୍ତି । ଅଦ୍ଭୂତ, ଅବିଶ୍ୱନନୀୟ, ଅସାମାନ୍ୟ ତାଙ୍କର ଏହି ଲୀଳା । ସ୍ନାନପୂର୍ଣ୍ଣିମାରେ ରତ୍ନ ସିଂହାସହ ଛାଡ଼ିଥିବା ମହାପ୍ରଭୁ ରତ୍ନବେଦୀକୁ ଆଉ ଏବେ ଫେରିବେ ନାହିଁ । କାହିଁକି ନା ଅପୂର୍ବ ଲୀଳା ଆରମ୍ଭ ହେଲା । ସୁସ୍ଥ ହେବା ପରେ ନବଯୌବନ ବେଶରେ ଦର୍ଶନ ଦେବେ । ସେଠୁ ସିଧା ଆଷାଢ ଶୁକ୍ଳ ଦ୍ୱିତୀୟାରେ ରଥରେ ବସି ଘୋଷଯାତ୍ରାରେ ବାହାରିଯିବେ ଶ୍ରୀଗୁଣ୍ଡିଚାକୁ । ସେଠାରେ ୯ ଦିନର ରହଣି ପରେ ବାହୁଡ଼ିବେ । ସୁନାବେଶ, ଅଧରପଣା ସାରି ନୀଳାଦ୍ରି ବିଜେରେ ନୀଳକନ୍ଦରକୁ ଫେରିବେ ତିନି ଠାକୁର । ସେ ଯାଏଁ, ଶୂନ୍ୟ ରହିବ ରତ୍ନସିଂହାସନ । ଖାଲି ରତ୍ନ ସିଂହାସନ ନୁହେଁ, ମାତ୍ର ୪ ଦିନ ତଳେ ଜଗତର ନାଥଙ୍କ ହାତ ଧରିଥିବା ଲକ୍ଷ୍ମୀ ସାଆନ୍ତାଣି ବି ସହିବେ ଦୂରତାର କଷ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼