Masthead

ବିଦେଶୀ ରାଷ୍ଟ୍ରର ଅର୍ଥ ହେରଫେର ଧରିଲେ ଓଡିଆ ପୁଅ

ଫୁଲବାଣୀ (ବଡ଼ ଖବର ବ୍ୟୁରୋ): ବୟସ ମାତ୍ର ୧୫ ବର୍ଷ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଏବେ ସେ ଦଶମ ଶ୍ରେଣୀର ଛାତ୍ର । କିନ୍ତୁ ଛୋଟ ବୟସରେ ସେ ସାଇବର ଏକ୍ସପୋର୍ଟ । କମ୍ପୁଟର ୱେବ୍ ଦୁନିଆ ହ୍ୟାକରଙ୍କୁ ଜବତ କରିବା ତଥା ତଥ୍ୟ ଚୋରି କରିବାକୁ ରୋକିବା ଦିଗରେ ବେଶ୍ ସଫଳତା ସହିତ କାର୍ଯ୍ୟ କରି ଲାଇବେରିଆରୁ ମିଳିଲା ପ୍ରଶଂସା ଓ ଚାକିରିର ଅଫର୍ । ଏହି ସଫଳତା ପାଇଥିବା ଛାତ୍ର ହେଲେ ଫୁଲବାଣୀର ସୌମ୍ୟ ରଞ୍ଜନ ସାହୁ ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ଜଗନ୍ନାଥ ସାହିରେ ରହୁଛନ୍ତି ସୌମ୍ୟ । କରୋନା ସମୟରେ ସ୍କୁଲ ବନ୍ଦ ହୋଇଥିବା ବେଳେ ଘରେ ରହି ସମୟର ସଦୁପୋଯୋଗ କରି ସେ ଏବେ ପାଲଟିଛନ୍ତି ଜଣେ ଏଥିକାଲ ହ୍ୟାକର । ଡିଜିଟାଲ ତଥ୍ୟ ହ୍ୟାକ କରୁଥିବା ଖଳ ପ୍ରକୃତିର ଲୋକଙ୍କ ଉପରେ ନଜର ରଖିଛନ୍ତି ଏହି ଏଥିକାଲ ହ୍ୟାକରମାନେ । ଖଳ ପ୍ରକୃତିର ହ୍ୟକ୍ଷକରଙ୍କୁ ଚିହ୍ନଟ କରି ପୋଲିସ ସରକାର ଏବଂ ଏମିତି ଅଗଣିତ ଲୋକଙ୍କୁ ସହାୟତା ପ୍ରଦାନ କରନ୍ତି । ଫଳରେ ହ୍ୟାକରମାନେ ଚିହ୍ନଟ ହେବା ସହିତ ଲୋକେ ଠକାମୀର ଶିକାର ହେବା ପୂର୍ବରୁ ସର୍ବସାଧାରଣରେ ପ୍ରକାଶ କରିଥାଆନ୍ତି ସେ। କରୋନା ମହାମାରୀ ବେଳେ ଉଭୟ ବାପାମାଆଙ୍କୁ ଅଳି କରି ଏକ କମ୍ପୁଟର, ଲ୍ୟାପଟପ୍ ଓ ମୋବାଇଲ୍ କିଣି ଏହି ଏଥିକାଲ ହ୍ୟାକର କୋର୍ସ କରିବା ସହିତ ଅନେକଙ୍କୁ ତାଲିମ ମଧ୍ୟ ଦେଉଛନ୍ତି ।

ତେବେ ନିକଟରେ ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆର ଅର୍ଥ ମନ୍ତ୍ରାଳୟର ୱେବ୍ ପେଜ ହ୍ୟାକର ହେବା ସହିତ ପେଜ ମଧ୍ୟରେ ଅର୍ଥ ଆତ୍ମସାତ୍ କରୁଥିଲେ ହ୍ୟାକର । ଏହି ସୂଚନା ପାଇବା ପରେ ହ୍ୟାକରଙ୍କୁ ଟ୍ରାକ କରିବା ସହିତ ଡିଜିଟାଲ ପ୍ରମାଣ ସବୁ ପ୍ରଦାନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେଠାକାର ପେଜ ଠିକ୍ ହୋଇ ଯାଇଥିଲା ପରେ ସେଠାକାର ସରକାର ବ୍ଲାକ୍ ହେଡ୍ ହ୍ୟାକରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହିତ ୩୦ ଆମେରିକୀୟ ଡଲାର ଅର୍ଥ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ ସୌମ୍ୟଙ୍କୁ ।

ସୌମ୍ୟର ଏଭଳି କାର୍ୟ୍ୟକୁ ଦେଖି ଲାଇବେରିଆର ମନ୍ତ୍ରାଳୟରେ ଚାକିରୀ କରିବା ପାଇଁ ଆମନ୍ତ୍ରଣ ମଧ୍ୟ ଆସିଥିବା କହିଛନ୍ତି ସୌମ୍ୟ । ସୌମ୍ୟଙ୍କ ଏଭଳି ନିଶା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଏବଂ ଆକର୍ଷଣ ସୃଷ୍ଟି କରିଛି। ପ୍ରଥମେ ପ୍ରଥମେ ବାପା ହେମନ୍ତ କୁମାର ସାହୁ ଓ ମାଆ ସଂଯୁକ୍ତା ସାହୁ ଏପରି ବିଷୟ ପ୍ରତି ପୁଅର ଆକର୍ଷଣ ଦେଖି ବିରକ୍ତି ହୋଇଥିବାବେଳେ ପୁଅର କାର୍ଯ୍ୟକୁ ଦେଖି ପରେ ପରେ ସମସ୍ତେ ସହଯୋଗ କରିଥିଲେ । ସୌମ୍ୟ ବଡ଼ ହୋଇ ଆଗକୁ ଜଣେ ଆ.ଇ.ବି ଅଫିସର ହେବା ସ୍ୱପ୍ନ ରଖିଛନ୍ତି। ସ୍କୁଲର ପ୍ରଧାନ ଆଚାର୍ୟ୍ୟ ସମେତ ଗୁରୁଜୀ ଓ ଗୁରୁମା ମଧ୍ୟ ସୌମ୍ୟଙ୍କ ଏଭଳି କାର୍ଯ୍ୟକୁ ଦେଖି ଅଭିନନ୍ଦନ ଜଣାଇଛନ୍ତି । ଦିନକୁ ଦିନ ସାଇବର କ୍ରାଇମ ବଢୁଥିବା ବେଳେ କମ୍ ବୟସର ହୋଇ ମଧ୍ୟ ସୌମ୍ୟ ସାଇବର କ୍ରାଇମ ହ୍ୟକ୍ଷକରଙ୍କୁ ରୋକିବାରେ ସମର୍ଥ ହୋଇଥିବା ଯୋଗୁ ଏବେ ସୌମ୍ୟ ରଞ୍ଜନଙ୍କୁ ବିଭିନ୍ ଆଡୁ ପ୍ରସଂଶା ର ସୁଅ ମଧ୍ୟ ଛୁଟୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା