Masthead

ସ୍କୁଲରେ ପିଲାଙ୍କ ହାତରେ ବହି ବଦଳରେ ଟାଙ୍ଗିଆ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): କୁନି କୁନି ପିଲାଙ୍କୁ କାଠ ହଣାଇଲେ ଶିକ୍ଷକ। ମଧ୍ୟାହ୍ନରେ ଅଣ୍ଡା ଦେବା ବଦଳରେ କଞ୍ଚା ଅଣ୍ଡା ବାଣ୍ଟିଲେ। ଭିଡିଓ ଭାଇରଲ ପରେ ଶିକ୍ଷାଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଗାଙ୍ଗିଯୋଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଗତକାଲି ବିଦ୍ୟାଳୟରେ ଛାତ୍ରମାନେ ମଧ୍ୟାହ୍ନ ଭୋଜନ ପାଇଁ ଟାଙ୍ଗିଆ ଧରି କାଠ ହାଣୁଥିବା ଦେଖିବାକୁ ମିଳିଛି ।

ଏଥିସହିତ ପିଲାଙ୍କୁ ମଧ୍ୟାହ୍ନଭୋଜନ ବିଳମ୍ବରେ ଖାଇବାକୁ ଦେଲେ ହେଲେ ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଇବାକୁ ନଦେଇ ବରଂ କଞ୍ଚା ଅଣ୍ଡା ବଣ୍ଟା ଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଗାଙ୍ଗିଯୋଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏ ଦୃଶ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ ଓ ବୁଦ୍ଧିଜୀବୀ ।

ସରକାର କୋମଳମତି ଶିଶୁଙ୍କ ଶିକ୍ଷାର ବିକାଶ ପାଇଁ ସର୍ବଶିକ୍ଷା ଅଭିଯାନ ସହିତ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ନୂତନ ଗାଇଡ଼ ଲାଇନ ଆଣିଛନ୍ତି। ମାତ୍ର ବିଦ୍ୟାଳୟର ଶିକ୍ଷକ ଶାରୀରିକ ଓ ମାନସିକ ଦଣ୍ଡ ପ୍ରଦାନ କରିବା ଯାହା ଶିକ୍ଷା ନୀତିକୁ କୋଠରାଘାତ କରିଛି। ତେବେ ଭାଇରଲ ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀ ସରୋଜ କୁମାର ସାହୁ। ସେ କହିଛନ୍ତି ଏବିଓ ଏବଂ ସିଆରସିଙ୍କୁ ମୁଁ ତଦନ୍ତ ନିର୍ଦ୍ଦେଶ ଦେଇଛି। ଖୁବଶୀଘ୍ର ଆକ୍ସନ ନିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ