Masthead

କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ

କର୍ଣ୍ଣାଟକ(ବଡ଼ ଖବର ବୁ୍ୟରୋ) ବରିଷ୍ଠ ଅଭିନେତା କମଲ ହାସନଙ୍କ ଫିଲ୍ମ ‘ଠଗ୍ ଲାଇଫ୍’କୁ ନେଇ ସୃଷ୍ଟି ହୋଇଛି ଆଇନଗତ ସମସ୍ୟା । କର୍ଣ୍ଣାଟକ ହାଇକୋର୍ଟରେ ଫିଲ୍ମକୁ ନେଇ ଶୁଣାଣି ଚାଲିଥିବା ବେଳେ ଦେଖାଦେଇଛି ହଙ୍ଗାମା । ଅଭିନେତାଙ୍କ ବୟାନ ରାଜ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଛି । ନେଇଛି ବିବାଦୀୟ ରୂପ । ଆଇନର କାଠଗଡାକୁ ପିଲ୍ମଟି ଟାଣି ହୋଇଯାଇଛି । ଶୁଣାଣି ସମୟରେ କର୍ଣ୍ଣାଟକ ହାଇକୋର୍ଟ ଏହି ପ୍ରସଙ୍ଗରେ ଅଭିନେତାଙ୍କ ଉପରେ କଡା ସମାଲୋଚନା କରିଛନ୍ତି । ଅଭିନେତାଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠେଇଛନ୍ତି ମାନ୍ୟବର କୋର୍ଟ । କମଲ ହାସନ ତାଙ୍କ ଫିଲ୍ମ ‘ଠଗ୍ ଲାଇଫ୍’ର ରିଲିଜ୍ ଏବଂ ପ୍ରଦର୍ଶନକୁ କର୍ଣ୍ଣାଟକରେ ସୁନିଶ୍ଚିତ କରିବା ପାଇଁ କୋର୍ଟରେ ଏକ ଆବେଦନ କରିଥିଲେ ।

କମଲଙ୍କ ଓକିଲ ଯୁକ୍ତି ବାଢିଥିଲେ କି ହାସନଙ୍କ ବୟାନ କାହାର ଉଦେ୍ଦଶ୍ୟ ଭାବନାକୁ ଆଘାତ ଦେବା ନୁହେଁ । କିନ୍ତୁ କୋର୍ଟ ତାହାକୁ ଗ୍ରହଣ କରିନଥିଲେ । ତାଙ୍କ ଯୁକ୍ତିକୁ ଖାରଜ କରି ଦେଇଥିଲେ । କୋର୍ଟଙ୍କ ଟିପଣୀ ଥିଲା କି ଯଦି ଆପଣ କ୍ଷମା ମାଗନ୍ତି ନାହିଁ, ତେବେ ଫିଲ୍ମଟି କର୍ଣ୍ଣାଟକରେ କାହିଁକି ରିଲିଜ୍ ହେବ? ଆପଣ କଣ କେବଳ ଟଙ୍କା ରୋଜଗାର କରିବାକୁ ଆସିଛନ୍ତି କି? ମତମନ୍ତବ୍ୟ ସ୍ୱାଧିନତାର ଅର୍ଥ ନୁହେଁ । ଆପଣ ଜନସାଧାରଣଙ୍କ ଭାବନାକୁ ଆଘାତ ଦେଇଛନ୍ତି ବୋଲି କୋର୍ଟ କମଲ ହାସନଙ୍କୁ ଅବଗତ କରାଇଥିଲେ । କୌଣସି ନାଗରିକର ସାଧାରଣ ଭାବନାକୁ ଆଘାତ ଦେବାର ଅଧିକାର କାହାରି ନାହିଁ ।

ଜଳ, ଭୂମି ଏବଂ ଭାଷା ଏହି ତିନୋଟି ପ୍ରତ୍ୟେକ ନାଗରିଙ୍କ ପରିଚୟ ସହିତ ଜଡିତ । ଶୁଣାଣି ଶେଷ ସମୟରେ ଜଷ୍ଟିସ୍ ଏମ୍. ନାଗ ପ୍ରସନ୍ନାଙ୍କ ଖଣ୍ଡପୀଠ ଶେଷରେ କହିଥିଲେ କି ଅସମ୍ବେଦନଶୀଳ ଏବଂ ବିଭାଜନକାରୀ ମନ୍ତବ୍ୟ ବୋଲି ମାନ୍ୟବର କୋର୍ଟ ନିଜର ଟିପଣୀରେ ମତ ରଖିଥିଲେ । ଫିଲ୍ମର ପ୍ରମୋସନ ସମୟରେ କମଲ ହାସନ କହିଥିଲେ ଯେ କନ୍ନଡ ଭାଷାରୁ ତାମିଲ ଭାଷା ଆସିଛି । ଯାହକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ