Before Header

ବିଜେପି ଆଗ୍ରେସିଭ ମୁଡରେ ଲଢେଇ କରିବ: ମନମୋହନ ସାମଲ

0 23

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଶନିବାର ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ । ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦଳର କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ ଦେବେ ଶାହ ଦଳର କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ ଦେବେ ଶାହ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସାଂଗଠନିକ ଏବଂ ରାଜନୈତିକ ଦୃଷ୍ଟିରୁ ଦଳର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର ହେବ । ଦଳୀୟ ବୈଠକର ବରିଷ୍ଠ ନେତୃତ୍ୱ ମାନେ ଉପସ୍ଥିତ ରହିବେ । ଅମିତ ଶାହଙ୍କ ରାଷ୍ଟ୍ରୀୟ ସଭାପତିତ୍ବ ସମୟରେ ବିଜେପି ତିନି ନମ୍ବର ଦଳରୁ ଦୁଇ ନମ୍ବର ତଥା ମୁଖ୍ୟ ବିରୋଧୀ ଦଳ ହୋଇପାରିଛି । ଅମିତ ଶାହଙ୍କ ରଣନୀତି ମୁଖ୍ୟ ଦଳକୁ ଅନେକ ସଫଳତା ଦେଇଛି ।

ବିଜେପି ଶାସକ ଦଳ ବିଜେଡିର ପାଖାପାଖି ଭୋଟ ପର୍ଯ୍ୟନ୍ତ ପହଞ୍ଚପାରିଛି । ୯ ବର୍ଷ ଧରି ନିରନ୍ତର ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ । ତେଣୁ ତାଙ୍କ ନଖ ଦର୍ପଣରେ ସବୁ କିଛି ଅଛି । ରାଷ୍ଟ୍ରୀୟ ସଭାପତି ଥିବା ସମୟରେ ଶାହଙ୍କ ନିରନ୍ତର ଓଡ଼ିଶା ଗସ୍ତ ଏବଂ କାର୍ଯ୍ୟକ୍ରମ, କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବା ତଥା ଟାସ୍କ ଦେବା ଦ୍ଵାରା ବିଜେପି ଆଗକୁ ବଢ଼ିଛି । ବିଶେଷ କରି ଅମିତ ଶାହଙ୍କ ମାଇକ୍ରୋ ମ୍ୟାନେଜମେଣ୍ଟ ଏବଂ ମାଇକ୍ରୋ ପ୍ଲାନିଂ କେହି ଭୁଲି କରିବେ ନାହିଁ । ତେଣୁ ଶାହଙ୍କ ପ୍ରତ୍ୟେକ ବାର୍ତ୍ତାକୁ ନେଇ ଦଳ କାମ କରିବ । ଜାତୀୟ ରାଜନୀତିରେ ଅମିତ ଶାହଙ୍କର ଥିବା ଲମ୍ବା ଅଭିଜ୍ଞତା ଏବଂ ବିଶେଷ ଭାବେ ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ଅନ୍ୟ ରାଜ୍ୟର ରାଜନୀତିରେ ତାଙ୍କର ଅନୁଭବକୁ ନେଇ କାମ କଲେ ଓଡ଼ିଶାରେ ମଧ୍ୟ ନିଶ୍ଚିତ ଭାବେ ଫଳପ୍ରଦ ହେବ ।

ତୃଣମୂଳ ସ୍ତରର ସଂଗଠନକୁ ଆହୁରି ସୁଦୃଢ କରାଯିବ । କଂଗ୍ରେସ ତାର ଷ୍ଟ୍ରାଟେଜିରେ ଥାଉ । କଂଗ୍ରେସ ଓଡ଼ିଶା ପରିପ୍ରେକ୍ଷୀରେ କମ୍ ଆଲୋଚନା କଲେ ଭଲ ହେବ । ନିଜ ଅସ୍ତିତ୍ଵ ରକ୍ଷା କରିବା ପାଇଁ କଂଗ୍ରେସ ଉଦ୍ୟମ କରୁଛି । କିନ୍ତୁ ସେଥିରେ ତାଙ୍କୁ କିଛି ଫଳ ମିଳିବନି । କାରଣ ବିଜେପି ତାରା ନୀତି, ଆଦର୍ଶ ଓ ବିଚାର ଧାରା ଅନୁସାରେ କାର୍ୟ୍ୟ କରୁଛି । ବିଜେପି ବିଜୟ ହେବା ପାଇଁ ସବୁ ପ୍ରକାର ଉଦ୍ୟମ କରି ଲଢେଇ କରିବ । ୧୪୭ ବିଧାନସଭା ଏବଂ ୨୧ ଲୋକସଭା ପାଇଁ ଲଢେଇ କରିବା ବିଜେପି । ଦୁଇ ଦଳ ଭିତରେ ଲଢେଇ ହେବ । ବିଜେଡିର ଅସନ୍ତୁଷ୍ଟ ଲୋକ ମାନେ ହିଁ ଆଗାମୀ ଦିନରେ ନିର୍ଣ୍ଣାୟକ ଭୂମିକା ନେବେ । ବିଜେପି ଆଗ୍ରେସିଭ ମୁଡରେ ଲଢେଇ କରିବ ।

Leave A Reply

Your email address will not be published.