Masthead

ଖାଇଗଲେ କାମ୍ପା ଟଙ୍କା

ଭୁବନେଶ୍ୱର(ବଡ ଖବର ବ୍ୟୁରୋ): ଗତ ଫନି ବାତ୍ୟାରେ ଅନେକ ବଡ଼ ବଡ଼ଗଛ ନଷ୍ଟ ହୋଇଥିଲା ବେଳେ ସବୁଜବନାନୀ ଧୂଳିସାତ ହୋଇଯାଇଥିଲା | ପରିବେଶ ସୁରକ୍ଷା ପାଇଁ ନୂତନ ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ସହ ସବୁଜବନାନୀ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ଗତ ୨୦୧୯ମସିହା ଅଗଷ୍ଟ ମାସରେ କାମ୍ପା ଯୋଜନା ମାଧ୍ୟମରେ ଓଡିଶାକୁ ୫ହଜାର ୯ଶହ ୩୩ କୋଟି ଟଙ୍କା ପ୍ରଦାନ କଲେ | ଏହି କାମ୍ପା ଯୋଜନା ଫଣ୍ଡରୁ ପୁରୀ ଜିଲ୍ଲାର ଡେଲାଙ୍ଗ ବନଖଣ୍ଡ ଅଧିନରେ କିଛି ପାହାଡ଼, ମୁଣ୍ଡିଆ ଆଦି ସ୍ଥାନରେ ଚାରା ରୋପଣ ସୂର୍ଯ୍ୟକ୍ରମ ଡେଲାଙ୍ଗ ବନବିଭାଗ ଦ୍ୱାରା ହୋଇଥିବା ଦର୍ଶାଯାଇଛି |

ହେଲେ ବାସ୍ତବରେ ଯେତିକି ଚାରା ରୋପଣ ହୋଇଥିବା ଫଳକରେ ଦର୍ଶା ଯାଇଛି ସେତିକି ରୋପଣ ହୋଇନାହିଁ | ଡେଲାଙ୍ଗ ବନବିଭାଗ ଏହାକୁ କେବଳ କାଗଜ କଲମରେ ଚାରା ରୋପଣ ହୋଇଥିବା ଦର୍ଶାଇ ଅର୍ଥ ଚଳୁ କରିଥିବା ଲୋକେ ଅଭିଯୋଗ କରିଥିବା ବେଳେ ପୁରୀ ଜିଲ୍ଲା ବିଜେପି ସଭାପତି ଏହାର ଵିଧିବଧ ତଦନ୍ତ କରି ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବୀ କରିଛନ୍ତି | ସେପଟେ ଡେଲାଙ୍ଗ ରେଞ୍ଜ ଅଧିକାରୀ ଏହା ଉପରେ କିଛି କହିପାରିବେ ନାହିଁ ଏବଂ ବିଭାଗର ସୂଚନାଦାତାଙ୍କ ଠାରୁ ତଥ୍ୟ ନେଇପାରିବେ କହି ଦାୟିତ୍ୱ ସାରିଦେଇଛନ୍ତି | ଫନି ବାତ୍ୟା ପୁରୀଜିଲ୍ଲାରେ ସ୍ଥଳଭାଗକୁ ଛୁଇଁଥିବା ଯୋଗୁଁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବାସଗୃହ,ଚାଷବାସ, ଗଛଲତା, ଜଙ୍ଗଲ ସବୁକିଛି ଧୂଳିସାତ କରିଥିଲା |

ଏଥିପାଇଁ ପରିବେଶର ସନ୍ତୁଳନ ଓ ସୁରକ୍ଷା ପାଇଁ ଗଛ ଅପରିହାର୍ୟ୍ୟ ହୋଇପଡ଼ିଥିବା ବେଳେ ନୂତନ ଗଛଲଗାଇବା ସହ ଜଙ୍ଗଲ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର କାମ୍ପା ଯୋଜନା ଜାରିୟାରେ ଓଡିଶାକୁ ୫ହଜାର ୯ଶହ ୩୩କୋଟି ଟଙ୍କା ପ୍ରଦାନ କଲେ | ଏହି କାମ୍ପା ଯୋଜନା ଫଣ୍ଡରୁ ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକର ରେଙ୍ଗଳ ପଞ୍ଚାୟତ ଅରାଗଡ଼ ପାହାଡ଼ ଠାରେ ୧୦ହଜାର ଚାରା ରୋପଣ ହୋଇଥିବା ଫଳକ ଲାଗିଛି, ସେହିପରି ସୁଜନପୁର ପଞ୍ଚାୟତ ବିଶ୍ଵନାଥ ମୁଣ୍ଡିଆ ପାର୍ଶ୍ୱ ଟାଙ୍ଗେଣି ମୁଣ୍ଡିଆ ଠାରେ ୧୬ ହଜାର ଚାରା ରୋପଣ ହୋଇଥିବା ଫଳକ ଲାଗିଥିବା ବେଳେ ଗଡ଼ବେଗୁନିଆପଡ଼ା ସ୍ଥିତ ବଣିବକ୍ରେଶ୍ୱର ମହାଦେବଙ୍କ ମନ୍ଦିର ପାର୍ଶ୍ୱ ମୁଣ୍ଡିଆ ଏବଂ ସଂରକ୍ଷିତ ଅଞ୍ଚଳରେ ୨ହଜାର ଚାରା ଲାଗିଥିବା ଡେଲାଙ୍ଗ ବନବିଭାଗ ଦ୍ୱାରା ଫଳକ ଲଗାଯାଇଛି | ହେଲେ ଯେତିକି ଚାରା ରୋପଣ ହୋଇଥିବା ଦର୍ଶାଯାଇଛି ସେତିକି ଗଛ ବାସ୍ତବରେ ନାହିଁ |

ଏପରିକି ତାର ଦଶ ଭାଗରୁ ଏକଭାଗ ମଧ୍ୟ ନାହିଁ | ଏନେଇ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧି ଏବଂ ସମାଜସେବୀ ଡେଲାଙ୍ଗ ବନବିଭାଗକୁ ହିଁ ଦାୟୀ କରିଛନ୍ତି | ଅଳ୍ପ କିଛି ଚାରା ଲଗାଇ ସରକାରୀ ଅର୍ଥକୁ ସୁଚିନ୍ତିତ ଭାବେ ଦାୟିତ୍ୱରେ ଥିବା ବନବିଭାଗର ଅଧିକାରୀମାନେ ଆତ୍ମସାତ କରିଥିବା ଲୋକେ ଅଭିଯୋଗ କରିଥିବା ବେଳେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବୀ କରିଛନ୍ତି | ଏହାକୁ ନେଇ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ମଧ୍ୟ ଏହି କାମ୍ପା ଯୋଜନା ଚାରା ରୋପଣରେ ହୋଇଥିବା ଦୁର୍ନୀତିକୁ ନେଇ ଡେଲାଙ୍ଗ ବନବିଭାଗକୁ ଦାୟୀ କରିଥିବା ବେଳେ ଉପରିସ୍ଥ ଅଧିକାରୀ ଏହା ଉପରେ ଵିଧିବଧ ତଦନ୍ତ କରି ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ଜ୍ଝ ନଚେତ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ