Masthead

ଗୋପାଳଙ୍କୁ କେବେ ମିଳିବ ଭତ୍ତା

କଣିହାଁ (ବଡ଼ ଖବର ବ୍ୟୁରୋ): ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳୁଛି ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି । ଯୋଗ୍ୟ ହିତାଧିକାରୀ ବାଦ ପଡୁଛନ୍ତି ଓ ଅଯୋଗ୍ୟ ନେଉଛନ୍ତି ଯୋଜନାର ଫାଇଦା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଣିହାଁ ବ୍ଲକ ସୁଶୁବା ପଞ୍ଚାୟତ ଝାରବେଡା ଗାଁରେ। ଗାଁର ଗୋପାଳ ବାଘ, ପାଞ୍ଚ ପ୍ରାଣୀଙ୍କୁ ନେଇ ନିଜ ଘର ସଂସାର । ବୟସର ଅପରାହ୍ନରେ ପହଞ୍ଚିସାରିଛନ୍ତି ଗୋପାଳ । ବୁଢା ବୟସରେ ବି ଘର ଚଳାଇବା ଦାୟିତ୍ୱ ତାଙ୍କ କାନ୍ଧ ଉପରେ । ଭେଣ୍ଡିଆ ପୁଅ ସୌଭାଗ୍ୟ ବାଘ ଦିର୍ଘଦିନ ଧରି ରୋଗାଗ୍ରସ୍ତ ହୋଇ ଘରେ ପଡିରହିଛନ୍ତି । ବୃଦ୍ଧ ବୟସରେ ପରିବାର ଚଳାଇବା ପାଇଁ ଗାଈ ଚରାଉଛନ୍ତି ଗୋପାଳ । ସରପଞ୍ଚଠୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ଗୁହାରି କରିଛନ୍ତି । ଭତ୍ତା ଖଣ୍ଡିଏ ପାଇଁ ଅଫିସରୁ ଅଫିସ୍ ଦୌଡ଼ି ଦୌଡ଼ି ନିରାଶ ହୋଇପଡିଛନ୍ତି । ପଞ୍ଚାୟ ଓ ବ୍ଲକ ପ୍ରଶାସନ ପକ୍ଷରୁ ଗୋପାଳଙ୍କୁ ଅଣଦେଖାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ କେବେ ନିଃସହାୟ ଗୋପାଳଙ୍କ ଗୁହାରିକୁ ପ୍ରଶାସନ ଶୁଣିବ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ