Masthead

୪୧ ବର୍ଷରେ କରୀନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଡଉର ବେବୋ କରୀନା କପୁର ଖାନ୍ । ଆଜି ୪୧ ବର୍ଷ ବୟସରେ ପାଦ ଥାପିଛନ୍ତି । ଆଜି ହେଉଛି କରୀନାଙ୍କର ଜନ୍ମଦିନ । ସେ ଆଜି ତାଙ୍କର ଏହି ବିଶେଷ ଦିନକୁ ସେଲିବ୍ରେଟ କରିଛନ୍ତି ନିଜ ସ୍ୱାମୀ ସୈଫ୍ ଅଲୀ ଖାନ୍ଙ୍କ ସହ । କରିନା ନିଜ ଜନ୍ମଦିନରେ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ କି ତାଙ୍କୁ ସୈଫଙ୍କ ସହ ମଲଦ୍ୱୀପ୍ ରେ ଦେଖିବାକୁ ମିଳିଛି । ଏହି ପୋଷ୍ଟରୁ ଜଣା ପଡୁଛି ଯେ କରିନା ନିଜ ଜନ୍ମଦିନକୁ ମଲଦ୍ୱୀପରେ ସେଲିବ୍ରେଟ କରିଛନ୍ତି । ଏହା ବ୍ୟତିତ ବି ଟାଉନର ଅନେକ ନାମିଦାମୀ ସେଲିବ୍ରିଟି ଆଜି କରିନାଙ୍କୁ ସୋସିଆଲ ମିଡିଆ ଜରିଆରେ ୱିଶ୍ ଜଣାଇଛନ୍ତି । ଖାସକରି କରିନାଙ୍କ ପାଇଁ ଭଉଣୀ କରିସ୍ମା,ମଲାଇକା, କରନ୍ ଜୋହର, କଙ୍ଗନା ଆଦି ସମସ୍ତେ ତାଙ୍କ ପାଇଁ କିଛି ସ୍ପେସିଆଲ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

ତେବେ କରିନା ହେଉଛନ୍ତି ବି ଟାଉନର ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ ମା ମଧ୍ୟ । ସେ ନିଜ ପ୍ରଫେଶନାଲ ଲାଇଫ ସହ ନିଜ ପର୍ଶନାଲ ଲାଇଫକୁ ବି ବେଶ୍ ଧ୍ୟାନ ଦିଅନ୍ତି । ୨୦୦ ମସିହାରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରି ସେ ଏପର୍ଯ୍ୟନ୍ତ ବି ନିଜର ଦବଦବା ଜାରି ରଖିଛନ୍ତି । ରଣଧୀର କପୁର ଏବଂ ବବିତାଙ୍କର ଝିଅ ହେଉଛନ୍ତି କରୀନା । କହିବାକୁ ଗଲେ ବଲିଉଡର ସବୁଠାରୁ ବଡ ଫ୍ୟାମିଲି କପୁର ଫ୍ୟାମିଲିର ରାଣୀ ହେଉଛନ୍ତି କରୀନା କପୁର । ଜଣେ ଷ୍ଟାର କିଡ୍ ଭାବରେ ସେ ଏଣ୍ଟ୍ରି କରିଥିଲେ ଫିଲ୍ମି ଦୁନିଆକୁ ।

ପ୍ରଥମ ଫିଲ୍ମ ‘ରିଫ୍ୟୁଜ’ ରୁ ସେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ନିଜ ଡେବ୍ୟୁ ଫିଲ୍ମ ପରେ ତାଙ୍କୁ ମିଳିଥିଲା ଦୁଇଟି ବିଗ ବଜେଟ ମୁଭିର ଅଫର ଯେଉଁଥିରେ ସେ ନିଜର ଏକ ପରିଚୟ ତିଆରି କରିଥିଲେ । ୨୦୦୧ରେ ଫିଲ୍ମ ‘ଅଶୋକା’ ଏବଂ ‘କଭି ଖୁସି କଭି ଗମ୍’ରେ ତାଙ୍କୁ ମିଳିଥିଲା ହିଷ୍ଟୋରିକାଲ ସକ୍ସସେସ୍ । ଏହା ପରେ ସେ ବି ଟାଉନକୁ ହିଟ୍ ପରେ ହିଟ୍ ଦେଇ ଚାଲିଥିଲେ । ଚମେଲି, ଦେବ୍, ଜବ୍ ୱି ମେଟ୍, କୁରୁବାନ୍, ତଲାସ୍, ହିରୋଇନ୍, ଉଡତା ପଞ୍ଜାବ୍, ବଡିଗାର୍ଡ, ବଜରଙ୍ଗି ଭାଇଜାନ୍, ଥ୍ରି ଇଡିୟଟସ୍, ଗୁଡ୍ ନ୍ୟୁଜ୍ ଭଳି ଅନେକ ବ୍ଲକ୍ ବଷ୍ଟର ଦେଇଛନ୍ତି କରୀନା । ପରେ ସେ ୨୦୧୨ରେ ଅଭିନେତା ସୈଫ୍ ଅଲୀ ଖାନ୍ ଙ୍କୁ ମ୍ୟାରେଜ୍ କରିଥିଲେ । ମ୍ୟାରେଜ ପରେ କରୀନା ଏବଂ ସୈଫ୍ ଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି ।

ତେବେ କରୀନାଙ୍କ ୱାର୍କଫଣ୍ଟ କଥା କହିବାକୁ ଗଲେ ସେ ନିଜର ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ପୁଣି ଥରେ ନିଜ ୱାର୍କ ଲାଇଫକୁ ବ୍ୟାକ୍ କରିଛନ୍ତି । ନିକଟରେ ସେ ଅପକମିଙ୍ଗ ଫିଲ୍ମ ‘ଲାଲ୍ ସିଂ ଚଢା’ର ସୁଟିଂରେ ବ୍ୟସ୍ତ ଥିଲେ । ଏଥିରେ ସେ ଅମୀର ଖାନ୍ ଙ୍କ ଅପୋଜିଟ୍ ରେ ଦେଖିବାକୁ ମିଳିବେ । ଏହା ବ୍ୟତୀତ କରୀନା ‘ଭିରେ ଦି ୱଡିଂ-୨’ ଏବଂ କରନ ଜୋହରଙ୍କ ଫିଲ୍ମ ‘ତଖ୍ତ’ରେ ମଧ୍ୟ ଦେଖିବାକୁ ମିଳିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ