Masthead

ପୁଣି ଧମାଲ କରିବେ ତାପସୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାଉଥ ଓ ବଲିଉଡ ଜଗତର ସୁପରଷ୍ଟାର ଅଭିନେତ୍ରୀ ତାପସୀ ପନ୍ନୁ । ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚା ରେ ଥାଆନ୍ତି । ପରଦାରେ ତାଙ୍କ ରିୟଲିଷ୍ଟିକ୍ ଅଭିନୟ ଦର୍ଶକଙ୍କ ମନ କିଣି ନେଇଥାଏ । ତାପସୀ ମଧ୍ୟ ନିଜ କ୍ୟାରେକ୍ଟରକୁ ଜୀବନ୍ତ କରିବା ପାଇଁ ସେମିତି ହାଡୱର୍କ କରନ୍ତି । ତେବେ ପୁଣି ଥରେ ତାପସୀଙ୍କର ସେମିତି ଏକ ଦମଦାର ମୁଭି ରିଲିଜ ହେବାକୁ ଯାଉଛି । ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ତାପସୀଙ୍କର ଅପକମିଙ୍ଗ ଫିଲ୍ମ ‘ରଶ୍ମି ରକେଟ୍’ ।

ନିକଟରେ ଏହି ଫିଲ୍ମର ଆଉ ଏକ ନୁଆ ପୋଷ୍ଟର ରିଲିଜ କରି ତାପସୀ ଫ୍ୟାନ୍ସଙ୍କୁ ଏହି ଖବର ଶୁଣାଇଛନ୍ତି । ଫିଲ୍ମର ନୂଆ ପୋଷ୍ଟରରେ ତାପସୀଙ୍କର ଏକ ଦମଦାର ଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ତାଙ୍କୁ ଆଥଲେଟ୍ ଭୂମିକାରେ ଦେଖିବାକୁ ମିଳିବ ଯିଏ କି ନିଜ ପରିଶ୍ରମ ବଳରେ ବହୁତ ଆଗକୁ ଯାଉଛନ୍ତି । ଫିଲ୍ମର ନୂଆ ଅଫିସିଆଲ ପୋଷ୍ଟର ଲଞ୍ଚ୍ ପରେ ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ହୋଇ ଯାଇଛନ୍ତି । ରୋନୀ ସ୍କ୍ରୁଭାଲା ଏବଂ ମ୍ୟାଙ୍ଗୋ ପିପୁଲ୍ସଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଏହି ଫିଲ୍ମ ଅକ୍ଟୋବର ୧୫ ତାରିଖରେ ଓଟିଟିରେ ରିଲିଜ ହେବ । ତେବେ ସବୁଠାରୁ ଖାସ କଥା ହେଉଛି ଏହି ଫିଲ୍ମରେ ତାପସୀଙ୍କର ଭୂମିକା ଅତି ଗୁରୁତ୍ୱପୁର୍ଣ୍ଣ ରହିଛି । ତାଙ୍କ ସବୁ ମୁଭି ଭଳି ଏହି ମୁଭିରେ ବି ସେ ଧମାଲ କରିବେ ।

ତେବେ ଶେଷଥର ପାଇଁ ତାପସୀଙ୍କୁ ଫିଲ୍ମ ‘ହସିନ୍ ଦିଲରୁବା’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇ ବେଶ୍ ଭଲ ପାଇବା ସାଉଁଟି ଥିଲା । ତାପସୀଙ୍କ ଅପୋଜିଟ୍ ରେ ବିକ୍ରାନ୍ତ ମାସେ ଓ ହର୍ଶବର୍ଦ୍ଧନ ରାଣେଙ୍କୁ ଦେଖିବାକୁ ମିଳିଥିଲା । ସସପେନ୍ସ ଓ ଥ୍ରିଲରରେ ଭରପୁର ଏହି ମୁଭି ପରେ ତାପସୀ ପୁଣି ଏକ ବ୍ଲକବଷ୍ଟର ଦେବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ଏହା ବ୍ୟତୀତ ତାପସୀ ଫିଲ୍ମ ‘ଲୁପ୍ ଲପେଟା’ , ‘ସାବାସ୍ ମିଠୁ’, ‘ମିଶନ ଇମ୍ପୋସିବଲ’ ଭଳି ଆଉ କିଛି ଦମଦାର ମୁଭିରେ ବି ନଜର ଆସିବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ