Masthead

କର୍ଣ୍ଣାଟକ ଡିଜିପି ହେଲେ ସିବିଆଇ ନିର୍ଦ୍ଦେଶକ

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): କାଲି କର୍ଣ୍ଣାଟକ ଫଳ ବାହାରିଲା । କର୍ଣ୍ଣାଟକରେ ବିଜେପି ଶାସନର ଅନ୍ତ ଘଟିଛି । ହେଲେ ସେଠାରେ କାର୍ଯ୍ୟରତ କିଛି ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ ଏବେ ମଧ୍ୟ ବିଜେପି ପ୍ରୀତି କମିନି । ଅନ୍ୟ ଅର୍ଥରେ କହିଲେ ବିଜେପି ସେମାନେ ପ୍ରତି ଆନୁଗତ୍ୟ ରହିଛି । ଏଭଳି ବଛାବଛା ଅଫିସରମାନଙ୍କୁ କେନ୍ଦ୍ରରେ ବିଭିନ୍ନ ପଦପଦବୀରେ ବସାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।

କର୍ଣ୍ଣାକଟରେ ଡିଜିପି ଥିବା ପ୍ରବୀଣ ସୁଦଙ୍କୁ ସିବିଆଇ ନିର୍ଦ୍ଦେଶ ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୬ ବ୍ୟାଚର ପ୍ରବୀଣ ୨୦୨୪ରେ ଅବସର ଗ୍ରହଣ କରିଥାନ୍ତେ । ତାଙ୍କୁ ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଚର୍ଚ୍ଚା ହେଉଛି କର୍ଣ୍ଣାଟକରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଛି । ସରକାର ଗଢିବ । ବିରୋଧୀ କଂଗ୍ରେସର ମନ୍ତ୍ରୀ ଓ ବିଧାୟକମାନଙ୍କ ଉପରେ ନଜର ରଖିବା ଓ ସେମାନଙ୍କର ଦୁର୍ନୀତି, କଳାଧନ ଓ ଅପରାଧର ଖୋଳତାଡ କରି ସେମାନଙ୍କର ଅସଲ ମୁଖା ଖୋଲିବା ପାଇଁ ବିଜେପି ଚାହୁଛି ।

ତେଣୁ ପ୍ରବୀଣଙ୍କୁ ବିଜେପି ଅସ୍ତ୍ର କରିଥାଇ ପାରେ । ଅନ୍ୟ ପକ୍ଷରେ ପ୍ରବୀଣ ଜଣେ ଦକ୍ଷ, ବିଶ୍ୱସ୍ଥ ଅଫିସର । ବିଜେପି ଶାସନ କାଳରେ ତାଙ୍କର ଦକ୍ଷତା ମାପିଥିଲେ ସରକାର । ତେଣୁ ଏଭଳି ଜଣେ ଅଫିସରଙ୍କୁ ସିବିଆଇ ଭଳି ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶଭାବେ ଦାୟିତ୍ୱ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ