Masthead

‘ବଡ଼ ଖବର’ ହାତରେ ବିହନ ଘୋଟାଲାର ଦସ୍ତାବିଜ୍, ପଢନ୍ତୁ ପୂରା ଖବର

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ଅସ୍ତରଙ୍ଗ ବ୍ଲକ୍ ତାଳଦା ପଞ୍ଚାୟତରେ ଦୁର୍ନୀତିର ଗନ୍ଧ ବାହାରୁଛି । କିଛି ଦିନତଳେ ପିଡ଼ିଏସ ଦୁର୍ନୀତିକୁ ନେଇ ଅସ୍ତରଙ୍ଗ ବ୍ଲକ ବେଶ୍ ଚର୍ଚ୍ଚାରେ ଥିଲା । ଏବେ ‘ବଡ଼ ଖବର’ ହାତରେ ଲାଗିଛି ଆଉ ଏକ ଦୁର୍ନୀତିର ଖବର । ତାଳଦାରେ ଚିନାବାଦାମ ମଞ୍ଜି ବଣ୍ଟନରେ ମହାଘୋଟଲା ହୋଇଥିବା ଖବର ଏବେ ‘ବଡ଼ ଖବର’ ହାତରେ ଲାଗିଛି । ପ୍ରଶାସନ ବିଳମ୍ବରେ ଜାଣୁଥିଲେ ମଧ୍ୟ ବହୁ ଦୁର୍ନୀତି ଲୁଚିଯାଉଛି । ଇତିମଧ୍ୟରେ ତାଳଦା ବିକାଶ ପରିଷଦ ନାମକ ଏକ ସ୍ଵେଛାସେବୀ ସଂଗଠନ ଦୁର୍ନୀତିର ମୂଳ ଉତ୍ପାଟନ କରିବାରେ ଲାଗିପଡିଛନ୍ତି । ଗୋଟିଏ ପରେ ଗୋଟିଏ ଦୁର୍ନୀତି ପର୍ଦାଫାସ କରିବା ପରେ ପୂର୍ବରୁ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ମିଳିଥିବା ଚିନାବାଦାମ ମଞ୍ଜିରେ ମହାଘୋଟଲା ହୋଇଥିବା ସାମ୍ନାକୁ ଆସିଛି । ମୃତ ବ୍ୟକ୍ତି, ନିର୍ଦ୍ଦିଷ୍ଟ ଅଞ୍ଚଳରେ ନଥିବା ହିତାଧିକାରୀ ଓ ଜାଲ୍ ଦସ୍ତଖତ କରି ତାଲିକା ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଟଙ୍କା କୃଷି ବିଭାଗ ହଡପ କରିଥିବା ତାଳଦା ବିକାଶ ପରିଷଦର ସଭ୍ୟ ମାନସ ପଢ଼ିଆରୀ ଓ ଯୁବ ସମାଜସେବୀ ଜ୍ୟାକେଶ ପଢ଼ିଆରୀ ଅଭିଯୋଗ କରିଛନ୍ତି ।

ପ୍ରକାଶ ଥାଉକି, ତାଳଦା ପଞ୍ଚାୟତରେ ଚିନାବାଦାମ ଚାଷ କୃଷି ବିଭାଗ ତରଫରୁ ମିଳୁଥିବା ମଞ୍ଜିକୁ ନେଇ ଅଭିଯୋଗ ଉଠୁଥିବା ବେଳେ କୌଣସି କାରଣ ବଶତଃ ୨୦୧୯-୨୦ ଆର୍ଥିକ ବର୍ଷରେ ହିତାଧିକାରୀଙ୍କୁ ମଞ୍ଜି ବା ସହାୟତା ମିଳିନି । କିନ୍ତୁ ପୂର୍ବବର୍ଷ ଗୁଡିକରେ ଚିନାବାଦାମ ମଞ୍ଜି ବଣ୍ଟନ ହୋଇଥିବା ଏକ ବ୍ୟାପକ ଦୁର୍ନୀତି ଓ ଘୋଟାଲା ହୋଇଥିବା ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାଯାଇଛି । ମିଳିଥିବା ତଥ୍ୟ ଅନୁଯାୟୀ, ତାଳଦା ପଞ୍ଚାୟତରେ ୨୦୧୬-୧୭, ୨୦୧୭-୧୮ ଓ ୨୦୧୮- ୧୯ ଆର୍ଥିକ ବର୍ଷରେ ୧୦୦ଜଣ ଲେଖାଏଁ ଚାଷୀଙ୍କୁ ୨୦କିଗ୍ରା ହିସାବରେ ଚିନାବାଦାମ ମଞ୍ଜି ମିଳିଥିଲା । କିନ୍ତୁ ବାସ୍ତବରେ ୨୦୧୬-୧୭ରେ ଜଣେ ହେଲେ ଚାଷୀ ଚିନାବାଦାମ ମଞ୍ଜି ପାଇନଥିବା ଅଭିଯୋଗ ହୋଇଛି । ଏହାସହିତ ୨୦୧୭-୧୮ଆର୍ଥିକ ବର୍ଷରେ ମାତ୍ର ୫ କିଗ୍ରା ହିସାବରେ ଦିଆଯାଇଥିଲା । ମୃତ୍ୟୁବରଣ କରିସାରିଥିବା ବ୍ୟକ୍ତିବି ବାଦାମ ମଞ୍ଜି ନେଇଥିବା ସୂଚନା ଅଧିକାର ତଥ୍ୟ ପ୍ରମାଣ କରୁଛି । ଅନ୍ୟପକ୍ଷରେ ଗୋପବନ୍ଧୁ ମହାରଣା, ସୂର୍ୟ୍ୟକାନ୍ତ ମହାରଣା, ବଟ ସାହୁ, ଗଗନ ଭୋଇ, ସାବଣୀ ବେହେରା ନାମକ କୌଣସି ଚାଷୀ ବା ହିତାଧିକାରୀ ତାଳଦା ମୌଜାରେ ନଥିବା ବେଳେ ସେମାନଙ୍କର ନାମ ଉଲ୍ଲେଖ ରହିବା ତଥ୍ୟରୁ ଜଣାପଡିଛି ।

ପ୍ରକୃତରେ ଏମାନେ ଅନ୍ୟ ମୌଜାର ଲୋକ ବୋଲି ଖୋଳତାଡ କରିବା ପରେ ଜଣାପଡିଛି । ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରତ୍ୟେକ ଚାଷୀଙ୍କୁ ୧୦ କିଗ୍ରା. ମଞ୍ଜି ଦେଇଥିବା ବେଳେ ହିତାଧିକାରୀ ପିଛା ୨୦ କିଗ୍ରା ଲେଖାଏଁ ବଣ୍ଟନ କରାଯିବା ସୂଚନା ଅଧିକାର ତଥ୍ୟ ପ୍ରମାଣ କରୁଛି । ସରଳ ଓ ନିରୀହ ଚାଷୀଙ୍କୁ ଭୁଆଁ ବୁଲାଇ ସରକାରୀ ଅଫିସର ଓ କେତେକ ଅସାଧୁ ବ୍ୟକ୍ତି ମିଳିତ ଭାବରେ ଚିନାବାଦାମ ମଞ୍ଜିକୁ ହଡପ କରାଯାଇଥିବା ତାଳଦା ବିକାଶ ପରିଷଦ ତରଫରୁ ଅଭିଯୋଗ ହୋଇଛି । ହିତାଧିକାରୀ ତାଲିକାରେ ଥିବା ସମସ୍ତ ଦସ୍ତଖତକୁ ତଦନ୍ତ ପରିସରକୁ ଆଣି ଦୁର୍ନୀତିରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନସ ପଢ଼ିଆରୀ ଓ ଜ୍ୟାକେଶ ପଢ଼ିଆରୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ