Masthead

ପ୍ରଧାନମନ୍ତ୍ରୀଙ୍କୁ କେଜ୍ରିୱାଲଙ୍କ ଚିଠି: ଡାକ୍ତରଙ୍କୁ ମିଳୁ ଭାରତ ରତ୍ନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଚଳିତ ବର୍ଷ ଭାରତ ରତ୍ନ ଡାକ୍ତରମାନଙ୍କକୁ ଦେବା ପାଇଁ ସେ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏହାସହ ସେ କହିଛନ୍ତି, ମହାମାରୀ କରୋନା କାଳରେ ଅନେକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସେମାନଙ୍କ ଜୀବନ ଉତ୍ସର୍ଗୀକୃତ କରିଛନ୍ତି । ତେଣୁ ଚଳିତବର୍ଷ ଭାରତ ରତ୍ନ ଏହିଭଳି ଡାକ୍ତରମାନଙ୍କୁ ଦିଆଯାଉ । ଏହାସହ ସେ ପତ୍ରରେ ଉଲ୍ଲେଖ କରିଛନ୍ତି, ଯଦି ଏଭଳି ଡାକ୍ତରମାନଙ୍କୁ ନିୟମ ଅନୁସାରେ ନମିଳେ, ତେବେ ସରକାର ଏହି ନିୟମକୁ ବଦଳାନ୍ତୁ । ଡାକ୍ତରଙ୍କୁ ଧନ୍ୟବାଦ ଦେବା ପାଇଁ ଏହା ହେଉଛି ଶ୍ରେଷ୍ଠ ମାଧ୍ୟମ ।

ସାରା ଦେଶ ଚାହୁଁଛି, ଚଳିତ ବର୍ଷ ଭାରତ ରତ୍ନ ଭାରତୀୟ ଡାକ୍ତରମାନଙ୍କୁ ଦିଆଯାଉ । ଏହାସହ ସେ କହିଛନ୍ତି, ମୋର ତାତ୍ପର୍ଜ୍ୟ କୌଣସି ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ, ଦେଶର ସମସ୍ତ ଡାକ୍ତର, ନର୍ସ ଓ ପାରାମେଡ଼ିକାଲର ସମସ୍ତ କର୍ମଚାରୀଙ୍କୁ ଏହି ସମ୍ମାନ ମିଳିବା ଦରକାର । ମହାମାରୀ କରୋନାରେ ଅନେକ ଡାକ୍ତର ଓ ନର୍ସ ନିଜର ଜୀବନ ହାରିଛନ୍ତି । ତେଣୁ ତାଙ୍କୁ ଏହି ସମ୍ମାନ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ । କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରି କହିଛନ୍ତି, ସେମାନଙ୍କୁ ଭାରତ ରତ୍ନ ଦେବା ସମସ୍ତ ଭାରତୀୟଙ୍କ ପାଇଁ ଖୁସିର କଥା ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା