Before Header

‘ବଡ଼ ଖବର’ EXCLUSIVE : ଖୋଲିଲା ସରକାରଙ୍କ ଚଞ୍ଚକତାର ପୋଲ

0 435

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଚଞ୍ଚକତାର ବଡ଼ ପ୍ରମାଣ ଲାଗିଛି ବଡ଼ ଖବର ହାତରେ । ନବୀନଙ୍କ ମିଛକୁ ଧରାଇଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ରାଜ୍ୟରେ କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ନେଇ ଭୁଲ ତଥ୍ୟ ଦିଆଯାଉଛି ବୋଲି ବାରମ୍ବାର କହିଆସୁଥିଲା ବଡ଼ ଖବର । ନବରଙ୍ଗପୁର ଜିଲ୍ଲାପାଳଙ୍କ ଏକ ଟ୍ୱିଟ ବଡ଼ ଖବରର ଦାବି ଉପରେ ଲଗାଇଛି ମୋହର । ଖୋଲିଯାଇଛି ରାଜ୍ୟ ସରକାରଙ୍କ ପୋଲ । ବଡ଼ ଖବର ଯାହା କହୁଥିଲା ସେଥିରେ ମୋହର ମାରିଲେ ଜିଳ୍ଲାପାଳ । ପଦାରେ ପଡ଼ିଲା କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଖେଳ । ନବୀନଙ୍କ ମିଛକୁ ଧରାଇଦେଲେ ନବରଙ୍ଗପୁର ଜିଲ୍ଲାପାଳ । ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ କିଭଳି ହେର ଫେର କରାଯାଉଛି ତା’ର ବଡ଼ ପ୍ରମାଣ ଲାଗିଛି ବଡ଼ ଖବର ହାତରେ । ପ୍ରଥମେ ଦେଖିନିଅନ୍ତୁ ଏକ ଟ୍ୱିଟକୁ ।

ଯାହାକି ଗତ ଜୁନ ୬ର । ନବରଙ୍ଗପୁର ଜିଲ୍ଲାପାଳ ତାଙ୍କ ଅଫିସିଆଲ ଆଇଡିରୁ ବିଶ୍ୱ ପରିବେଶ ଦିବସରେ କିଛି ଫଟୋ ସହ ଏହି ଟ୍ୱିଟ କରିଛନ୍ତି । ଯେଉଁଥିରେ ଲେଖାଯାଇଛି ୫/୬ ୨୦୨୧ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲାର କରୋନା ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଦିବଙ୍ଗତ ୧୧୪ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ପୋଲିସ ରିଜର୍ଭ ପଡ଼ିଆଠାରେ ୧୧୪ଗୋଟି ବୃକ୍ଷରୋପଣ କରାଯାଇଛି । ଭଲ ଭାବେ ଦେଖନ୍ତୁ ଏହି ଟ୍ୱିଟକୁ ଆଉ ମୃତ୍ୟୁ ସଂଖ୍ୟାକୁ ।

ନବରଙ୍ଗପୁର ଜିଲ୍ଲାପାଳଙ୍କ ସୂଚନାନୁସାରେ, ଜୁନ ୫ ବେଳକୁ କେବଳ ନବରଙ୍ଗପୁର ଜିଲ୍ଲାରେ କରୋନାରେ ୧୧୪ଜଣଙ୍କ ଜୀବନ ଯାଇଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାର କୋଭିଡ୍ ମୃତ୍ୟୁ ସଂଖ୍ୟା କେତେ ଦର୍ଶାଇଛନ୍ତି । ଜୁନ ୫ କଥା ଛାଡ଼ନ୍ତୁ ଜୁଲାଇ ୪ରେ ମାନେ ମାସେ ପରେ ଯେତେବେଳେ ଆମେ ରାଜ୍ୟ ସରକାରଙ୍କ କୋଭିଡ୍ ସମ୍ପର୍କୀତ ଅଫିସିଆଲ ୱେବସାଇଟରେ ନବରଙ୍ଗପୁର ଜିଲ୍ଲାର ମୃତ୍ୟୁ ସଂଖ୍ୟା ଦେଖିଲୁ ଆଶ୍ଚର୍ଯ୍ୟ ହୋଇଗଲୁ । ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୪ଜୁଲାଇ ୨୦୨୧ ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ କୋଭିଡରେ ପ୍ରାଣ ହରାଇଛନ୍ତି ମାତ୍ର ୪୫ଜଣ ।

ମାନେ ଯେଉଁଠି ଜିଲ୍ଲାପାଳ କହୁଛନ୍ତି ମାସେ ତଳେ ନବରଙ୍ଗପୁର ଜିଲ୍ଲାରେ କରୋନାରେ ୧୧୪ଜଣଙ୍କ ମୃତ୍ୟୁ ହୋଇସାରିଥିଲା ସେଠି ରାଜ୍ୟ ସରକାର କହୁଛନ୍ତି ଏବେ ସୁଦ୍ଧା ସେ ସଂଖ୍ୟା ମାତ୍ର ୪୫ । ଆମେ ରାଜ୍ୟ ସରକାରଙ୍କ ୱେବସାଇଟରେ ଏହା ମଧ୍ୟ ଦେଖିଲୁ ଗତ ୫ ଜୁନ ସୁଦ୍ଧା ନବରଙ୍ଗପୁରରେ ମୃତ୍ୟୁ ସଂଖ୍ୟା ୪୨ ଥିଲା ବୋଲି ଦର୍ଶାଯାଇଛି ।

ଗୋଟେପଟେ ୧୧୪ ଆଉ ଗୋଟେପଟେ ୪୨ । ପ୍ରାୟ ତିନିଗୁଣା ସଂଖ୍ୟା କମାଇଦିଆଯାଇଛି । କି ସାଂଘାତିକ ହେରାଫେରି ଦେଖନ୍ତୁ । ବଡ଼ ଖବର ବାରମ୍ବାର କହିଆସୁଥିଲା ଓଡ଼ିଶା ସରକାର କୋଭିଡ୍ ମୃତ୍ୟୁର ସତକୁ ଲୁଚାଉଛନ୍ତି । ନବରଙ୍ଗପୁର ଜିଲ୍ଲାପାଳଙ୍କ ଜୁନ ୬ର ଏହି ଟ୍ୱିଟ ବଡ଼ ଖବରର ତଥ୍ୟର ସତ୍ୟତା ଉପରେ ମୋହର ମାରିଛି । ଆଉ ଧରାଇ ଦେଇଛି ରାଜ୍ୟ ପ୍ରଶାସନର ମିଛ । ନିଜ ଛବି ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ସଂଖ୍ୟା ଓ ସତ ସହ ଯେଉଁ ଚଞ୍ଚକତା କରିଛନ୍ତି ତାହାର ଖୋଲି ଦେଇଛି ପୋଲ ।

Leave A Reply

Your email address will not be published.