Masthead

ମୃତ୍ତିକା ଦିବସରେ ଉତ୍ତେଜନା

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ବିଶ୍ୱ ମୃତ୍ତିକା ଦିବସ ଅବସରରେ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରରେ ହୋଇଥିବା ଉତ୍ସବ ପାଳନ ବେଳେ ଘଟିଛି ଲଙ୍କାକାଣ୍ଡ । ବିଧାୟକ ଶଶୀଭୂଷଣ ବେହେରାଙ୍କ ଡ୍ରାଇଭର ମାଡରେ ଜଣେ ଯୁବକ ଆହତ ହୋଇଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରରେ ମୃତ୍ତିକା ଦିବସ ପାଳନ ହେଉଥିବା ବେଳେ କେନ୍ଦ୍ରାପଡ଼ା ବ୍ଲକ କପାଳେଶ୍ୱର ପଞ୍ଚାୟତ ସମଲକୁଳ ଗାଁର ଘଟିଛି ଅଘଟଣ । କିଛି ଲୋକ ଗାଁକୁ ପିଇବା ପାଣି ଆସୁନଥିବା ଅଭିଯୋଗ ନେଇ ବିଧାୟକ ଶଶୀଭୂଷଣ ବେହେରାଙ୍କ ପାଖକୁ ଆସିଥିଲେ। ତେବେ ବିଧାୟକ ମଞ୍ଚରେ ଥିବାବେଳେ ଗ୍ରାମବାସୀ ଗେଟ ନିକଟରେ ଛିଡା ହୋଇ ଅପେକ୍ଷା କରିବାକୁ କହୁଥିବା ବେଳେ ବିଧାୟକଙ୍କ ଗାଡି ଡ୍ରାଇଭର ସେମାନଙ୍କୁ ବିଭିନ୍ନ କୁଭାଷା କହିଥିଲେ । ଗ୍ରାମର ପ୍ରଶାନ୍ତ ମଲିକଙ୍କୁ ଆକ୍ରମଣ କରିଥିଲେ । ଫଳରେ ପ୍ରଶାନ୍ତଙ୍କ ମୁହଁରେ ଆଘାତ ଲାଗିଥିଲା । ତେବେ ଡ୍ରାଇଭରର ଏଭଳି ଆକ୍ରମଣ ଘଟଣାରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ କିଛି ସମୟ ଧରି କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ହଟଗୋଳ ସୃଷ୍ଟି କରିଥିଲେ। ସଦର ପୋଲିସ ଘଟଣା ସ୍ଥଳରେ ପହଁଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ