Masthead

ମୃତ୍ତିକା ଦିବସରେ ଉତ୍ତେଜନା

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ବିଶ୍ୱ ମୃତ୍ତିକା ଦିବସ ଅବସରରେ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରରେ ହୋଇଥିବା ଉତ୍ସବ ପାଳନ ବେଳେ ଘଟିଛି ଲଙ୍କାକାଣ୍ଡ । ବିଧାୟକ ଶଶୀଭୂଷଣ ବେହେରାଙ୍କ ଡ୍ରାଇଭର ମାଡରେ ଜଣେ ଯୁବକ ଆହତ ହୋଇଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରରେ ମୃତ୍ତିକା ଦିବସ ପାଳନ ହେଉଥିବା ବେଳେ କେନ୍ଦ୍ରାପଡ଼ା ବ୍ଲକ କପାଳେଶ୍ୱର ପଞ୍ଚାୟତ ସମଲକୁଳ ଗାଁର ଘଟିଛି ଅଘଟଣ । କିଛି ଲୋକ ଗାଁକୁ ପିଇବା ପାଣି ଆସୁନଥିବା ଅଭିଯୋଗ ନେଇ ବିଧାୟକ ଶଶୀଭୂଷଣ ବେହେରାଙ୍କ ପାଖକୁ ଆସିଥିଲେ। ତେବେ ବିଧାୟକ ମଞ୍ଚରେ ଥିବାବେଳେ ଗ୍ରାମବାସୀ ଗେଟ ନିକଟରେ ଛିଡା ହୋଇ ଅପେକ୍ଷା କରିବାକୁ କହୁଥିବା ବେଳେ ବିଧାୟକଙ୍କ ଗାଡି ଡ୍ରାଇଭର ସେମାନଙ୍କୁ ବିଭିନ୍ନ କୁଭାଷା କହିଥିଲେ । ଗ୍ରାମର ପ୍ରଶାନ୍ତ ମଲିକଙ୍କୁ ଆକ୍ରମଣ କରିଥିଲେ । ଫଳରେ ପ୍ରଶାନ୍ତଙ୍କ ମୁହଁରେ ଆଘାତ ଲାଗିଥିଲା । ତେବେ ଡ୍ରାଇଭରର ଏଭଳି ଆକ୍ରମଣ ଘଟଣାରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ କିଛି ସମୟ ଧରି କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ହଟଗୋଳ ସୃଷ୍ଟି କରିଥିଲେ। ସଦର ପୋଲିସ ଘଟଣା ସ୍ଥଳରେ ପହଁଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା