Masthead

ସୋନିଆ କରିବେ ଇମୋସନାଲ ଇସ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ହେବା ପରେ ନିର୍ବାଚନ ଆୟୋଗ ଜଳନ୍ଧର ଓ ଲାକ୍ଷାଦୀପ ସହିତ ୱାୟନାଡ ଆସନ ଖାଲି ହେଲା ବୋଲି ଘୋଷଣା କରିଛନ୍ତି । ୱାୟନାଡ ସହିତ ଜଳନ୍ଧର ଓ ଲାକ୍ଷାଦୀପ ଆସନ ପାଇଁ ଉପନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ପ୍ରସ୍ତୁତି ଚଳାଇଛି । ଏହି ତିନି ଲୋକସଭା ଆସନ ପାଇଁ ଏପ୍ରିଲରେ ବିଜ୍ଞପ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ୱାୟନାଡରେ କଂଗ୍ରେସ ପକ୍ଷରୁ କିଏ ଉପନିର୍ବାଚନରେ ପ୍ରାର୍ଥୀ ହେବ ଘୋଷଣା କରାଯାଇ ନାହିଁ । କଂଗ୍ରେସ ପାଇଁ ଉପୁଯିଥିବା ସଙ୍କଟ ଦୂର କରିବାକୁ ଅଣ୍ଟା ଭିଡିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା ।

ଗତ ୨୪ରେ ସୋନିଆ ଗାନ୍ଧିଙ୍କ ବାସଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ଓ ଅଭିଜ୍ଞ ନେତାମାନେ ଏକାଠି ହୋଇଥିଲେ । ସେଠାରେ ହିଁ ଦଳର ନୂଆ ରଣନୀତି ପ୍ରସ୍ତୁତ ହୋଇଥିଲା ବୋଲି ଚର୍ଚ୍ଚା ହେଉଛି । ଏହି ହାଇଭୋଲଟେଜ ବୈଠକରେ ୱାୟନାଡରେ ପ୍ରିୟଙ୍କା ପ୍ରାର୍ଥୀ ହେବା ସମ୍ପର୍କରେ ଆଲୋଚନା ହୋଇଥିଲା । ସୁରତ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟରୁ ରହିତାଦେଶ ନମିଳିଲେ ୱାୟନଡରେ ଉପନିର୍ବାଚନ ସୁନିଶ୍ଚିତ । ସେଠାରୁ ପ୍ରିୟଙ୍କା ହିଁ ପ୍ରାର୍ଥୀ ହୋଇପାରନ୍ତି । ଭାଇର ସମ୍ମାନ ରକ୍ଷା କରିବାକୁ ଯାଇ ଭଉଣୀ ପ୍ରିୟଙ୍କା ୱାୟନାଡ ଲୋକସଭା କ୍ଷେତ୍ରକୁ ଖୁବଶୀଘ୍ର ଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଯଦି ପ୍ରିୟଙ୍କା ପ୍ରାର୍ଥୀ ହୁଅନ୍ତି ତେବେ ତାହା ହେବ ତାଙ୍କ ରାଜନୈତିକ ଜୀବନର ପ୍ରଥମ ନିର୍ବାଚନ । କଂଗ୍ରେସର ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ପୁଣି ଥରେ ସକ୍ରିୟ ହୋଇପାରନ୍ତି । ପୁଅ ରାହୁଲ ଅଯୋଗ୍ୟ ଘୋଷିତ ହେବା ପରେ ଏକ ଇମୋସନାଲ ଇସ୍ୟୁ କରିବା ପାଇଁ ମାଆ ସୋନିଆ ଲୋକଙ୍କ ପାଖକୁ ଯିବେ ବୋଲି ଶୁଣିବାକୁ ମିଳୁଛି । ସାଂସଦ ସଦସ୍ୟତା ପଦ ରଦ୍ଦ ହେବା ପରେ କଂଗ୍ରେସ ପକ୍ଷରୁ ଯେଉଁ ସବୁ କାର୍ଯ୍ୟକଳାପ ଚାଲିଛି, ରାହୁଲ ସେଥିରୁ ଦୂରେଇ ରଖିବାକୁ ଚାହୁଁଛନ୍ତି । ସେ କେବଳ ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟର୍ଗେଟ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ