Masthead

ହଜିଗଲା କି ମାନବିକତା!

କେନ୍ଦ୍ରାପଡା, (ବଡ଼ ଖବର ବ୍ୟୁରୋ): ରାସ୍ତା ମଝିରେ ଘଣ୍ଟା ଘଣ୍ଟା ପଡି ରହିଲା ମୃତଦେହ । ଏହାକୁ ସମସ୍ତେ ଦେଖୁଥାନ୍ତି ସତ, କିନ୍ତୁ କେହି ନ ଦେଖିଲା ପରି ବାଟ କଡ଼ାଇ ଚାଲିଯାଉଥାନ୍ତି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଞ୍ଚଳରେ । ମୃତକ ଜଣକ ହେଉଛନ୍ତି ଜଣେ ଶ୍ରମିକ । ଘର ତାଙ୍କର ସୁଦୂର ଛତିଶଗଡ଼ । ବାପା ପୁଅ ଦୁଇଜଣ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ଅଞ୍ଚଳକୁ ସିମେଣ୍ଟ ଇଟା ଫାକ୍ଟ୍ରିରେ ଦାଦନ ଖଟିବାକୁ ଆସିଥିଲେ । କାମ କରି ଟଙ୍କା ନେଲେ ପରିବାର ଚଳେ । ଗତ ଦୁଇଦିନ ତଳେ ବାପାଙ୍କ ଦେହ ଖରାପ ହେବାରୁ ମାଲିକ ତାଙ୍କୁ ଆଣି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଶୁଆଇଦେଲେ । ପୁଅ ଵିଶାଲ ମାଲିକଙ୍କୁ ବାପାଙ୍କ ଚିକିତ୍ସା ପାଇଁ ଟଙ୍କା ମାଗିଲେ ହେଲେ ତାହା ବଦଳରେ ମାଲିକ ତାଙ୍କୁ ଜଳ ଉଦରି ହୋଇଥିବା କହି ଜଣେ ଲୋକଙ୍କୁ ଡ଼କାଇ ତାଙ୍କ ବାପାଙ୍କ ପେଟରେ ଛୁଞ୍ଚି ଆଣି ପାଣି ବାହାର କରିବାକୁ ଲାଗିଲେ । ଫଳରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା ।

ପରେ ତାଙ୍କ ଶବକୁ ମନ୍ଦିର ପରିସରରୁ କାଢି ନେଇ ଏକ ରାସ୍ତାକଡ଼ରେ ଫୋପାଡ଼ି ଦେଇଥିଲେ । ପରେ ଥାନାରେ କେଶ ହୋଇଯିବା ଭୟରେ ମୃତ ଶରୀରକୁ ନେଇ ଶବ ସତ୍କାର କରିଦେଲେ । ପରେ ବିଶାଲ ଜଣେ ନାବାଳକ ହୋଇଥିବାରୁ ତାଙ୍କୁ ଛତିଶଗଡ଼ ପଠାଇ ଦେବାର ବ୍ୟବସ୍ଥା କରିବାକୁ ବସିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି, ଘଟଣା ଘଟିଥିବା ସ୍ଥାନରୁ ସ୍ଥାନୀୟ ବ୍ଲକ, ତହସିଲ ଏବଂ ଥାନା ମାତ୍ର ଦୁଇ କିଲୋମିଟର ହୋଇଥିବା ବେଳେ ଏଭଳି ଏକ ଘଟଣା ଉପରେ କାହାରି ନଜର ପଡ଼ିଲା ନାହିଁ । ଅନ୍ୟପଟେ ଏହି ଘଟଣାକୁ ଦେଖି ନଦେଖିଲା ପରି ହେଲେ ନା କାହା ଚାପରେ ସ୍ଥାନୀୟ ପ୍ରଶାସନ ଚୁପ୍ ରହିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ