Masthead

ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ । ଗଛଲଗା କାମରେ ନିୟୋଜିତ ବନ୍ୟଜନ୍ତୁ ସୁରକ୍ଷାକର୍ମୀ । ବ୍ୟାପକ ଅର୍ଥ ହରି ଲୁଟ ଅଭିଯୋଗ । ଲେବର ଟଙ୍କାକୁ ହଡପ କରୁଛନ୍ତି ଘଟଗାଁ ଫରେଷ୍ଟର ଓ ରେଞ୍ଜର । ବନ୍ୟଜନ୍ତୁ ସୁରକ୍ଷା ଅବହେଳା । ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ପ୍ରତ୍ୟେକ ଜିଲ୍ଲାରେ ଶହ ଶହ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ସ୍କ୍ୱାର୍ଡ ନିୟୋଜିତ କରିଛନ୍ତି ।

କିନ୍ତୁ ଉକ୍ତ ସ୍କ୍ୱାର୍ଡମାନଙ୍କୁ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାରେ କମ୍ ଲେବର୍ କାମରେ ବେଶୀ ନିୟୋଜିତ କରୁଛନ୍ତି ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଘଟଗାଁ ବନାଞ୍ଚଳରେ । ଏଠାକାର ଫରେଷ୍ଟର ଓ ରେଞ୍ଜର ବାବୁମାନେ ସ୍କ୍ୱାର୍ଡ ପିଲାଙ୍କୁ ଜଙ୍ଗଲରେ ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ସ୍କ୍ୱାର୍ଡ ପିଲାଙ୍କୁ ବୃକ୍ଷ ରୋପଣ କାମରେ ନିୟୋଜିତ କରିବା ଦ୍ଵାରା ବନ୍ୟଜନ୍ତୁଙ୍କ ସୁରକ୍ଷାରେ ଅବହେଳା ହେଉଛି ।

ଫଳରେ ବିଭିନ୍ନ ସମୟରେ ଅନେକ ମୂଲ୍ୟବାନ ବନ୍ୟଜନ୍ତୁଙ୍କ ଜୀବନ ଯାଉଛି । ବିଗତ ଚାରି ବର୍ଷରେ କେନ୍ଦୁଝର ଜିଲ୍ଲାରେ ୪୦ ରୁ ଉର୍ଦ୍ଧ୍ବ ହାତୀଙ୍କ ମୃତ୍ୟୁ ହେବା, ମାସ ମାସ ଧରି ଜଙ୍ଗଲ ଭିତରେ ହାତୀ ମାନଙ୍କର ଗଳିତ ମୃତ ଦେହ ପଡ଼ି ରହିବା ଓ ଶିକାରୀମାନେ ହାତୀମାନଙ୍କୁ ତୀର ମାରିବା ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । ତେବେ ସ୍କ୍ୱାର୍ଡ ପିଲାଙ୍କୁ ସରକାର ଦରମା ଦେଉଥିବା ବେଳେ ସେମାନଙ୍କୁ ଲେବର୍ କାମରେ ନିୟୋଜିତ କରି ଲେବର ଟଙ୍କାକୁ ହଡ଼ପ କରୁଛନ୍ତି ଘଟଗାଁ ବନାଞ୍ଚଳର ଫରେଷ୍ଟର ଓ ରେଞ୍ଜରବାବୁ । ଏହାକୁ ବିରୋଧ କଲେ କିମ୍ବା କୌଣସି ଅଭିଯୋଗ କଲେ ଉକ୍ତ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଚାକିରିରୁ ବାହାର କରିଦେବାର ଧମକ ଫରେଷ୍ଟରବାବୁ ଦେଉଥିବା ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା