Masthead

ଭୁବନେଶ୍ୱରରୁ ବାଇକ ଚୋରି କରୁଥିଲେ ପଶ୍ଚିମବଂଗ ଚୋର, ୪ ଜଣଙ୍କୁ ଧରିଲା କମିସନରେଟ ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୪ ଲୁଟେରା, ୧୬ ଚୋରା ବାଇକ, ୪୦ ବାଇକର ପାର୍ଟ୍ସ ଧରିଛି ପୋଲିସ । ବାଇକ ଚୋରି ବିରୋଧରେ କମିସନରେଟ ପୋଲିସ ହାତରେ ଲାଗିଛି ବଡ଼ ସଫଳତା । ବାଇକ୍ ଚୋରି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ପୋଲିସ । ବାଇକ ଚୋରି ଗ୍ୟାଙ୍ଗର ରହିଛି ବାହାର ରାଜ୍ୟର ଲିଙ୍କ୍ । ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱର ସାମନ୍ତରାୟପୁରର ସୁକାନ୍ତ କୁମାର ରେଡ୍ଡୀ ସହ ପଶ୍ଚିମବଙ୍ଗ ମେଦିନୀପୁରର ୩ ଚୋର ମଧ୍ୟ ଧରାପଡ଼ିଛନ୍ତି । କ୍ୟାପିଟାଲ ଥାନା ପୋଲିସ ଦୀର୍ଘଦିନ ଧରି ଏହି ଗ୍ୟାଙ୍ଗକୁ ଧରିବାକୁ ଜାଲ ବିଛାଇଥିଲା ।

ବିଭିନ୍ନ ସ୍ତରରୁ ଖବର ସଂଗ୍ରହ ପରେ ଏମାନଙ୍କ ଉପରେ ଚଢାଉ ହୋଇଥିଲା । ୪ ଚୋରଙ୍କ ସମେତ ୧୬ ଭଲ କଣ୍ଡିସନରେ ଥିବା ବାଇକ ଜବତ ହୋଇଛି । ଏହାସହ ୪୦ରୁ ଅଧିକ ବାଇକର ଯନ୍ତ୍ରାଂଶ ମଧ୍ୟ ଧରାପଡ଼ିଛି । ଏହି ଗ୍ୟାଙ୍ଗ ଦୀର୍ଘଦିନ ହେବ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ବାଇକ ଚୋରିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ବିଭିନ୍ନ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଏହାର ତଦନ୍ତ କରାଯାଉଥିଲା । ଜବତ ବାଇକ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’