Masthead

ଭୁବନେଶ୍ୱରରୁ ବାଇକ ଚୋରି କରୁଥିଲେ ପଶ୍ଚିମବଂଗ ଚୋର, ୪ ଜଣଙ୍କୁ ଧରିଲା କମିସନରେଟ ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୪ ଲୁଟେରା, ୧୬ ଚୋରା ବାଇକ, ୪୦ ବାଇକର ପାର୍ଟ୍ସ ଧରିଛି ପୋଲିସ । ବାଇକ ଚୋରି ବିରୋଧରେ କମିସନରେଟ ପୋଲିସ ହାତରେ ଲାଗିଛି ବଡ଼ ସଫଳତା । ବାଇକ୍ ଚୋରି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ପୋଲିସ । ବାଇକ ଚୋରି ଗ୍ୟାଙ୍ଗର ରହିଛି ବାହାର ରାଜ୍ୟର ଲିଙ୍କ୍ । ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱର ସାମନ୍ତରାୟପୁରର ସୁକାନ୍ତ କୁମାର ରେଡ୍ଡୀ ସହ ପଶ୍ଚିମବଙ୍ଗ ମେଦିନୀପୁରର ୩ ଚୋର ମଧ୍ୟ ଧରାପଡ଼ିଛନ୍ତି । କ୍ୟାପିଟାଲ ଥାନା ପୋଲିସ ଦୀର୍ଘଦିନ ଧରି ଏହି ଗ୍ୟାଙ୍ଗକୁ ଧରିବାକୁ ଜାଲ ବିଛାଇଥିଲା ।

ବିଭିନ୍ନ ସ୍ତରରୁ ଖବର ସଂଗ୍ରହ ପରେ ଏମାନଙ୍କ ଉପରେ ଚଢାଉ ହୋଇଥିଲା । ୪ ଚୋରଙ୍କ ସମେତ ୧୬ ଭଲ କଣ୍ଡିସନରେ ଥିବା ବାଇକ ଜବତ ହୋଇଛି । ଏହାସହ ୪୦ରୁ ଅଧିକ ବାଇକର ଯନ୍ତ୍ରାଂଶ ମଧ୍ୟ ଧରାପଡ଼ିଛି । ଏହି ଗ୍ୟାଙ୍ଗ ଦୀର୍ଘଦିନ ହେବ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ବାଇକ ଚୋରିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ବିଭିନ୍ନ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଏହାର ତଦନ୍ତ କରାଯାଉଥିଲା । ଜବତ ବାଇକ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ