Masthead

ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରେଙ୍ଗାଲି(ବଡ଼ ଖବର ବ୍ୟୁରୋ): ରେଙ୍ଗାଲି ବ୍ଲକ ଅନ୍ତର୍ଗତ ନୁଆ ରମ୍ପେଲା ଗ୍ରାମରେ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତାଶବ ଉଦ୍ଧାର କରିଛି ରେଙ୍ଗାଲି ପୋଲିସ।ରମ୍ପେଲା ଗ୍ରାମର ଆନନ୍ଦଚନ୍ଦ୍ର ବାଗଙ୍କ ଘରେ ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁର ଗ୍ରାମର ଜିତେନ୍ଦ୍ର ମହାପାତ୍ର ନିଜ ନବବିବାହିତା ଧର୍ମପତ୍ନୀ ଶତାବ୍ଦୀ ମହାରଣାଙ୍କ ସହ ରହିଆସୁଥିଲେ। ଭଡ଼ାଘରେ ଉକ୍ତ ମହିଳା ଜଣଙ୍କର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଥିଲା। କିନ୍ତୁ ମୃତ ମହିଳାଙ୍କ ପିତା ଶ୍ରୀ ରବୀନ୍ଦ୍ର ମହାରଣାଙ୍କ ଅଭିଯୋଗ ଅନୁସାରେ, ଯୌତୁକ ଦାବିରେ ଝିଅ ଶତାବ୍ଦୀଙ୍କ ସ୍ୱାମୀ ଏବଂ ତାଙ୍କ ଶଶୁରଘର ଲୋକ ମିସି ତାଙ୍କୁ ମାରିଦେଇଥିବା ଅଭିଯୋଗ କରିଛନ୍ତି । ଏହାକୁ ଆଧାର କରି ରେଙ୍ଗାଲି ଥାନା ଅଧିକାରୀ, କେସ ନଂ ୧୪୮/୨୩ ରୁଜୁକରି ଜିତେନ୍ଦ୍ର ମହାପାତ୍ରଙ୍କୁ ଗିରଫ କରି ପଚରା ଉଚୁରା କରି କୋର୍ଟକୁ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ