Masthead

ବାତ୍ୟା ବିପର୍ଯ୍ୟୟ, ଘଣ୍ଟାପ୍ରତି ୧୨୫ରୁ ୧୫୦ କିମିରେ ବହିବ ପବନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଗୁଜରାଟ ମୁହାଁ ବାତ୍ୟା ‘ବିପର୍ଯ୍ୟୟ’ । ୧୫ ତାରିଖ ମଧ୍ୟହ୍ନ ସୁଦ୍ଧା ଜଖୌ ବନ୍ଦର ପାଖରେ ଲ୍ୟାଣ୍ଡଫଲ ସମ୍ଭାବନା । ସୌରାଷ୍ଟ୍ର ଓ କଚ୍ଛରେ ବେଶୀ ପ୍ରଭାବ ପଡ଼ିବା ନେଇ ଆଶଙ୍କା । ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୫୦ କିଲୋମିଟର ରହିବ ବୋଲି କହିଛି ଆଇଏମଡି । ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୪ କି.ମି. ବେଗରେ ଗତି କରୁଛି। ଗୁଜରାଟ ପୋରବନ୍ଦର ଠାରୁ ଏହା ୨୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ସେହିପରି ଜଖୌ ବନ୍ଦର ଠାରୁ ୩୬୦ କି.ମି. ଦୂରରେ ରହିଛି। ଅତି ଭୟଙ୍କର ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟରେ ୧୪ ତାରିଖରେ ଅରେଞ୍ଜ ଆଲର୍ଟ ଓ ୧୫ ତାରିଖରେ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ଲଗାତାର ସମୀକ୍ଷା କରୁଛି ।

ଗୁଜରାଟରେ ୧୨ଟି ଏନଡିଆରଏଫ ଟିମ୍ ମୁତୟନ ହୋଇଥିବାବେଳେ ସେନା, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ ଏନଡିଆରଏଫ ମୁତୟନ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଲାଗି ଜାହାଜ ଓ ହେଲିକପ୍ଟର ନିୟୋଜିତ ହୋଇଛି । ସେପଟେ ବାତ୍ୟାର ସ୍ଥିତି ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଚ୍ଛ, ଜାମନଗର, ମୋର୍ବି, ଗିର ସୋମନାଥ, ପୋରବନ୍ଦର, ଦେବଭୂମି ଦ୍ବାରକାରେ ବାତ୍ୟାର ପ୍ରଭାବ ବେଶୀ ପଡ଼ିବା ଆଶଙ୍କା ରହିଛି । କଚ୍ଛରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ।ଅନ୍ୟପଟେ ବାତ୍ୟା ‘ବିପର୍ୟ୍ୟୟ’ ଲ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଡବ ରଚିଛି। ବର୍ଷାରେ କାନ୍ଥ ପଡ଼ି ୨ ଶିଶୁ ଓ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି।ସୌରାଷ୍ଟ୍ର ଓ କଚ୍ଛରେ ବାତ୍ୟାର ବେଶୀ ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଉଛି। ୧୨ ହଜାର ଲୋକଙ୍କୁ ସ୍ଥାନାନ୍ତର ନେଇ ପ୍ରଶାସନର ତତ୍ପରତା ଦେଖାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ