Before Header

ଯଦି ସବୁ ଠିକ ରୁହେ, ୭୩ ସେକେଣ୍ଡରେ ଚନ୍ଦ୍ର ପୃଷ୍ଠରେ ପାଦ ଦେବ ଭାରତ

0 83

ନୂଆଦିଲ୍ଲୀ   (ବଡ଼ ଖବର ବ୍ୟୁରୋ):  ଆଜି ଯେତେବେଳ ସୂର୍ଯ୍ୟ ଅସ୍ତ ହେବ ଚନ୍ଦ୍ର ପୃଷ୍ଠରେ ଭାରତ ଦେଖାଯିବ । ଚନ୍ଦ୍ରରେ ଉଡିବ ତ୍ରିରଙ୍ଗା ବିଶ୍ୱ କହିବ ଜୟ ଭାରତ । ଆଉ କିଛି ସମୟକୁ ଅପେକ୍ଷା । ତେଜ ହେଉଛି ଦେଶର ଧଡ଼କନ । ଇତିହାସ ରଚିବ ଇସ୍ରୋ । ଅପେକ୍ଷା ସନ୍ଧ୍ୟା ୬ଟା୪କୁ । ଖାଲି ଦେଶ ନୁହେଁ ବିଦେଶରେ ମଧ୍ୟ ଚାଲିଛି ପୂଜାର୍ଚ୍ଚନା । ସେପଟେ ଅଲ ଇଜ ୱେଲ କହିଛି ଇସ୍ରୋ । ରବିବାର ଏହି ମିସନର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ ବା ଗତିବେଗ ହ୍ରାସ ସଫଳତାର ସହ ସମ୍ପାଦନ କରାଯାଇଥିଲା । ଏହାର ଗତିବେଗ ନିୟନ୍ତ୍ରଣ ପ୍ରକ୍ରିୟା ଯଥାରୀତି ଜାରି ରହିଛି । ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି ଏବଂ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଏହା ସବୁ ଦିଗରୁ ସମର୍ଥ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।

ତେବେ ୪ଟି ପର୍ଯ୍ୟାୟରେ ଲ୍ୟାଣ୍ଡ କରିବ ଚନ୍ଦ୍ରାୟନ-୩ । ସେଗୁଡ଼ିକ ହେଉଛି ରଫ ବ୍ରେକିଙ୍ଗ୍, ଆଲଟିଚ୍ୟୁଡ୍ ହୋଲ୍ଡ , ଫାଇନ୍ ବ୍ରେକିଙ୍ଗ, ଟର୍ମିନାଲ ଡିସେଂଟ ପର୍ଯ୍ୟାୟ । ରଫ୍ ବ୍ରେକିଙ୍ଗ ବେଳେ ଲ୍ୟାଣ୍ଡରର ବେଗ ସେକେଣ୍ଡ ପିଛା ୧.୬ କିମି ରହିବ । ଏହି ପର୍ଯ୍ୟାୟ ୬୯୦ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଲ୍ୟାଣ୍ଡର ବିକ୍ରମର ସମସ୍ତ ସେନ୍ସରକୁ ସକ୍ରିୟ ରଖାଯିବ । ଏହି ୬୯୦ ସେକେଣ୍ଡରେ ସମାନ୍ତରାଳ ବେଗ ସେକେଣ୍ଡ ପିଛା ୬୧ ମିଟର ହୋଇଯିବ । ଆଲଟିଚ୍ୟୁଡ୍ ପର୍ଯ୍ୟାୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଫଟୋ ଉତ୍ତୋଳନ କରି । ପୂର୍ବରୁ ଥିବା ଫଟୋଗୁଡିକ ସହ ଏଗୁଡ଼ିକୁ ତୁଳନା କରିବ । ଏହି ସମୟରେ ହରିଜଂଟାଲ ଭେଲୋସିଟି ସେକେଣ୍ଡ ପିଛା ୩୩୬ ମିଟର ହେବ ।

ଭର୍ଟିକାଲ ଭେଲୋସିଟି ସେକେଣ୍ଡ ପିଛା ୫୯ ମିଟର ହେବ । ଫାଇନ୍ ବ୍ରେକିଙ୍ଗ ପର୍ଯ୍ୟାୟ ୧୭୫ ସେକେଣ୍ଡ ଚାଲିବ । ଏଥିରେ ଯାନର ବେଗ ଶୂନ ରହିବ । ଲ୍ୟାଣ୍ଡରର ଅବସ୍ଥିତି ସଂପୂର୍ଣ୍ଣ ଭାବେ ଭର୍ଟିକାଲ ହୋଇଯିବ । ଚନ୍ଦ୍ରପୃଷ୍ଠରେ ଏହାର ଉଚ୍ଚତା ୮୦୦ରୁ ୧୩୦୦ ମିଟର ମଧ୍ୟରେ ରହିବ । ଲ୍ୟାଣ୍ଡର ବିକ୍ରମର ସେନ୍ସର ସକ୍ରିୟ କରାଯିବ ଓ ଉଚ୍ଚତା ମପାଯିବ । ଟର୍ମିନାଲ ଡିସେଂଟରେ ଲ୍ୟାଣ୍ଡର ୧୩୧ ସେକେଣ୍ଡରେ ଚନ୍ଦ୍ରପୃଷ୍ଠରୁ ୧୫୦ ମିଟର ସ୍ଥିତିକୁ ଆସିବ । ହାଜାର୍ଡ ଡିଟେକ୍ସନ୍ କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋ ତୁରନ୍ତ ପଠାଇବାରେ ଲାଗିବ । ଚନ୍ଦ୍ରଯାନ-୨ ବେଳେ ଏହି ପର୍ଯ୍ୟାୟ ୩୮ ସେକେଣ୍ଡ ଥିବାବେଳେ ଏବେ ଏହାକୁ ୧୦ ସେକେଣ୍ଡ କରିଦିଆଯାଇଛି । ଏହି ସମୟରେ ହରିଜଣ୍ଟାଲ ଭେଲୋସିଟି ସେକେଣ୍ଡ ପିଛା ୫୯ ମିଟର ରହିବ ।

ଫାଇନ ବ୍ରେକିଙ୍ଗ୍ ପର୍ଯ୍ୟାୟ ୧୭୫ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ । ସେହିପରି ଟର୍ମିନାଲ ଡିସେଣ୍ଡ ପର୍ଯ୍ୟାୟରେ ଲ୍ୟାଣ୍ଡର ୧୩୧ ସେକେଣ୍ଡରେ ଚନ୍ଦ୍ରପୃଷ୍ଠରୁ ୧୫୦ ମିଟର ଉପରେ ସ୍ଥିତିକୁ ଚାଲି ଆସିବ । ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋ ଉଠାଇବାରେ ଲାଗିପଡ଼ିବ । ଏହି କ୍ୟାମେରା ‘ଗୋ-ନୋ-ଗୋ ଟେଷ୍ଟ ରନ କରିବ । ଯଦି ସବୁ ଠିକ ରୁହେ, ତେବେ ୭୩ ସେକେଣ୍ଡ ଏହା ଚନ୍ଦ୍ର ପୃଷ୍ଠରେ ପାଦ ଦେବ । ଆଉ ଯଦି ‘ନୋ –ଗୋ’ସ୍ଥିତି ଉପୁଜେ ତେବେ ଲ୍ୟାଣ୍ଡର ୧୫୦ ମିଟରକୁ ଯାଇ ଅଟକିଯିବ । ପୁଣି ଥରେ ଚନ୍ଦ୍ର ପୃଷ୍ଠର ଲ୍ୟାଣ୍ଡିଂ ଯାଞ୍ଚ କରାଯିବ । ଏବଂ ଫଟୋ ନିଆଯିବ । ଠିକ ରହିଲେ ଲ୍ୟାଣ୍ଡିଂ ସମ୍ଭବ ହେବ ।

Leave A Reply

Your email address will not be published.